www.samajalive.in
Friday, December 5, 2025
27.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : କାଶ୍ମୀରର ଆଠଟି ସ୍ଥାନରେ ଚଢାଉ

ସମାଜ ଲାଇଭ ଡ଼େସ୍କ :  ଦିଲ୍ଲୀ ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ ଘଟଣାରେ, ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଆଜି କାଶ୍ମୀରର ପୁଲୱାମା, ଶୋପିଆନ ଏବଂ କୁଲଗାମ ଜିଲ୍ଲାର ଆଠଟି ସ୍ଥାନରେ ଚଢାଉ କରିଛି । ତଦନ୍ତ ଅଧିକାରୀମାନେ କହିଛନ୍ତି ଯେ ଏନଆଇଏ ରେ ସାମିଲ ତଦନ୍ତ ଦଳଗୁଡ଼ିକ ଶୋପିଆନ ସ୍ଥିତ ମୌଲବୀ ଇରଫାନ ଅହମଦ ୱାଗେଇଙ୍କ ବାସଭବନରେ ତଲାସ ଚଳାଇଛନ୍ତି । ସେ ଘଟଣାରେ ଧରାପଡ଼ିଥିବା ଆତଙ୍କି ମାନଙ୍କ ସହ ସମ୍ପୃକ୍ତ । ଅକ୍ଟୋବରରେ ତାଙ୍କୁ ଗିରଫ କରା ଯାଇଥିଲା ​​ଏବଂ ଏନଆଇଏ ଗତ ମାସରେ କାର ବିସ୍ଫୋରଣର ତଦନ୍ତ ଦାୟିତ୍ୱ ନେବା ପରେ ତାଙ୍କୁ ହେପାଜତକୁ ନେଇଥିଲା । ପୁଲୱାମା ଜିଲ୍ଲାର କୋଏଲ, ଚାନ୍ଦଗାମ, ମଲାଙ୍ଗପୋରା ଏବଂ ସାମ୍ବୁରା ଅଞ୍ଚଳରେ ମଧ୍ୟ ଚଢାଉ କରାଯାଇଛି , ଏହି ସ୍ଥାନଗୁଡ଼ିକ ମଧ୍ୟ ଦିଲ୍ଲୀ କାର ବିସ୍ଫୋରଣ କରିଥିବା ଆତଙ୍କୀଙ୍କ ସହ ଜଡିତ । ଘଟଣାରେ ଏ ପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories