www.samajalive.in
Monday, December 8, 2025
27.1 C
Bhubaneswar

ଜାମ୍ମୁରେ ଶକ୍ତିଶାଳୀ ବିସ୍ଫୋରଣ; ଜଣେ ମୃତ, ୩୦ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତ୍ମଘାତୀ ଆକ୍ରମଣ ଘଟଣା ମନରୁ ନ ଲିଭୁଣୁ ଜାମ୍ମୁ ବସ୍‌ଷ୍ଟାଣ୍ଡରେ ଗୁରୁବାର ସକାଳେ ଆତଙ୍କବାଦୀମାନେ ପୁଣି ଏକ ବଡ଼ ଧରଣର ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗୁରୁବାର ସକାଳେ ବସ୍‌ଷ୍ଟାଣ୍ଡରେ ଥିବା ଏକ ବସ୍‌ ତଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ବିସ୍ଫୋରଣରେ ଚାଇନିଜ ଗ୍ରେନେଡ ବ୍ୟବହାର କରାଯାଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖରେ ଥିବା କେତେକ ଗାଡ଼ିମୋଟର ନଷ୍ଟ ହୋଇଯାଇଛି। ପୁଲିସ, ସୁରକ୍ଷା କର୍ମୀ, ଡଗ୍‌ ସ୍କ୍ବାଡ୍‌, ବୋମା ଅନୁସନ୍ଧାନକାରୀ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି। ସମ୍ପୃକ୍ତ ଅଞ୍ଚଳକୁ ପୁଲିସ ସିଲ୍‌ କରିଦେଇଛି।

- Advertisement -

ଜାମ୍ମୁ ଆଇଜି ମନୀଷ କୁମାର ସିହ୍ନା କହିଛନ୍ତି, ବିସ୍ଫୋରଣରେ ଜଣେ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ଆହତମାନଙ୍କୁ ହସ୍ପିଟାଲ ପଠାଯାଇଛି। ବିସ୍ଫୋରଣରେ ଆଖପାଖରେ ଥିବା ଅନେକ ଗାଡ଼ିମୋଟର କ୍ଷତିଗ୍ରସ୍ତ ହୋଇଛି। ଲୋକମାନଙ୍କୁ ବିସ୍ଫୋରଣ ସ୍ଥଳଠାରୁ ଦୂରେଇ ରହିବାକୁ କୁହାଯାଇଛି। ବସ୍‌ ତଳକୁ ବାହାରୁ ଗ୍ରେନେଡ ଫିଙ୍ଗାଯାଇ ବିସ୍ଫୋରଣ କରାଯାଇଛି।

ଜଣେ ପ୍ରତ୍ୟକ୍ଷଦର୍ଶୀ ଟାଇମ୍ସ ନାଓକୁ କହିଛନ୍ତି, ଯେ ବିସ୍ଫୋରଣ ଘଟିବା ସମୟରେ ସେଠାରେ ୫ଜଣ ଲୋକ ଛିଡ଼ା ହୋଇଥିଲେ। ଆମେ ଭାବିଲୁ କି ଟାୟାର ଫାଟିଲା। କିନ୍ତୁ ଜାଣିଲୁ ଯେ ଏହା ଏକ ବିସ୍ଫୋରଣ। ସୂଚନାଯୋଗ୍ୟ, ବର୍ଷକ ମଧ୍ୟରେ ଜାମ୍ମୁ ବସଷ୍ଟାଣ୍ଡରେ ଏହା ହେଉଛି ୩ୟ ବିସ୍ଫୋରଣ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories