www.samajalive.in
Monday, December 8, 2025
27.1 C
Bhubaneswar

ବାଇକ୍‍ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‍

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲଗେଟ୍‍ ଛକ ନିକଟରେ ଗୁରୁବାର ଏକ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକଙ୍କ ପରିଚୟ ଏଯାବତ୍‍ ଜଣାପଡିନଥିବା ବେଳେ ତାଙ୍କ ମୋବାଇଲ୍‍ ସିମକାର୍ଡକୁ ନେଇ ପରିଚୟ ଜାଣିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ତେବେ ସେ ଜଣେ ଆଇନଜୀବୀ ବୋଲି ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ପୁଲିସ ମୃତଦେହକୁ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‍ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ଦିନ ପ୍ରାୟ ୧୧ଟା ୫୦ମିନିଟ୍‍ ସମୟରେ ଭୁବନେଶ୍ୱର ଅଭିମୁଖେ ଜଣେ ବ୍ୟକ୍ତି ବାଇକ୍‍ରେ ଯାଉଥିବା ବେଳେ ପଛରୁ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍‍ ଉକ୍ତ ବାଇକକୁ ଧକ୍କା ଦେଇଥିଲା। ବାଇକ ଚାଳକ ତଳେ ପଡ଼ିଯିବା ପରେ ତାଙ୍କ ମୁଣ୍ଡ ଉପରେ ଟ୍ରକର ଚକା ଚଢିଯାଇଥିଲା। ଫଳରେ ସେ ପିନ୍ଧିଥିବା ହେଲମେଟ୍‍ଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ମୁଣ୍ଡର ଖପୁରୀ ଓ ମାଂସ ପ୍ରାୟ ୧୫ଫୁଟ ପର୍ଯ୍ୟନ୍ତ ଛିଟିକ ରାସ୍ତା ଉପରେ ଏଣେତେଣେ ପଡ଼ିଥିବା ପରିଲକ୍ଷିତ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଦୁର୍ଘଟଣା ପରେ ଟ୍ରକଟି ଦୃତଗତିରେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପିପିଲି ଟୋଲଗେଟ୍‍ ଠାରେ ପୁଲିସ ତାକୁ ଅଟକାଇଥିଲା।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories