www.samajalive.in
Friday, December 5, 2025
27.1 C
Bhubaneswar

ସମ୍ପାଦକୀୟ : ଆଭ୍ୟନ୍ତରୀଣ ସୁରକ୍ଷା

ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ସାମ୍ପ୍ରତିକ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ତଥା ସମୟୋପଯୋଗୀ ପଦକ୍ଷେପ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ନି‌େ‌ର୍ଦଶରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ କେନ୍ଦୁଝର ଭଳି ସମ୍ବେଦନଶୀଳ ଜିଲାରେ ଚାଲିଥିବା ଜୋରଦାର ଧରପଗଡ଼ ଏବଂ ଉଚ୍ଛେଦ ପ୍ରକ୍ରିୟା ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ସରକାରଙ୍କ ଗୁରୁତ୍ବକୁ ଦର୍ଶାଉଛି। ବେଆଇନ ଅନୁପ୍ରବେଶ ଓଡ଼ିଶା ପାଇଁ ଆଜିର ସମସ୍ୟା ନୁହେଁ, ବରଂ ଦୀର୍ଘଦିନର ରାଜନୈତିକ ଅବହେଳା ଓ ଭୋଟ୍ ବ୍ୟାଙ୍କ ରାଜନୀତିର ପରିଣାମ। ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୩,୭୩୮ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି, ତନ୍ମଧ୍ୟରୁ କେବଳ କେନ୍ଦ୍ରାପଡ଼ାରେ ୧,୬୪୯ ଏବଂ ଜଗତସିଂହପୁରରେ ୧,୧୧୨ ଜଣ ରହିଛନ୍ତି। ରାଜନେତାମାନଙ୍କ ପରୋକ୍ଷ ସମର୍ଥନ ଯୋଗୁଁଁ ଏମାନେ ଅତି ସହଜରେ ଆଧାରକାର୍ଡ, ଭୋଟର ପରିଚୟ ପତ୍ର ଓ ରେସନ କାର୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜପତ୍ର ହାତେଇ ନେଉଛନ୍ତି, ଯାହା ପ୍ରଶାସନିକ ବ୍ୟବସ୍ଥା ପ୍ରତି ଏକ ବଡ଼ ଉପହାସ।
ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶ ସ୍ଥାନୀୟ ଶ୍ରମିକଙ୍କ ହାତରୁ କାମ ଛଡ଼ାଇ ନେଇଛି। ସେମାନେ ସରକାରୀ ଜମି ଜବରଦଖଲ କରି ବସ୍ତି ଗଢ଼ିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅନେକ ସମସ୍ୟା ଦେଖାଦେଉଛି। ଏମାନେ ଚୋରି, ଡକାୟତି ଭଳି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ଦ୍ୱାରା ସାମାଜିକ ଶାନ୍ତି ଭଙ୍ଗ ହେଉଛି। ସବୁଠାରୁ ବଡ଼ ଦୁର୍ଭାଗ୍ୟ ହେଲା, ପ୍ରକୃତ ହିତାଧିକାରୀଙ୍କ ବଦଳରେ ଏହି ଅନୁପ୍ରବେଶକାରୀମାନେ ସରକାରୀ ଯୋଜନାର ବଡ଼ଭାଗ ଲାଭ ଉଠାଉଛନ୍ତି, ଯାହା ସାଧାରଣ ଲୋକଙ୍କ ମନରେ ଅସନ୍ତୋଷର ମୁଖ୍ୟ କାରଣ ସାଜିଛି। କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ବାଂଲାଦେଶୀ ଓଡ଼ିଶାକୁ ଏକ ନିରାପଦ ଆଶ୍ରୟସ୍ଥଳୀ ଭାବି ଦେଇଛନ୍ତି। ରେସନ କାର୍ଡ ଯାଞ୍ଚ ଓ ଅନୁପ୍ରବେଶକାରୀ ଚିହ୍ନଟ କ୍ଷେତ୍ରରେ ଯୋଗାଣ ବିଭାଗ ଏବଂ ଗୃହ ବିଭାଗ ମଧ୍ୟରେ ଦାୟିତ୍ୱ ଠେଲାପେଲା ହେବା ପ୍ରଶାସନିକ ଦୁର୍ବଳତାକୁ ପଦାରେ ପକାଇଛି।
ଜାତୀୟ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତି ସର୍ବଦା ସ୍ୱାଗତଯୋଗ୍ୟ; କିନ୍ତୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ମାନବିକତାକୁ ଉପେକ୍ଷା କରାଯାଇପାରିବ ନାହିଁ। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବିଦା କରିବା ନିହାତି ଜରୁରୀ; କିନ୍ତୁ ଏହି ପ୍ରକ୍ରିୟାରେ ଯେପରି କୌଣସି ନି‌େ‌ର୍ଦାଷ ଭାରତୀୟ ନାଗରିକ ହଇରାଣ ନ ହୁଅନ୍ତି, ସେଥିପ୍ରତି ସତର୍କ ରହିବା ଆବଶ୍ୟକ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories