www.samajalive.in
Tuesday, December 9, 2025
17.1 C
Bhubaneswar

ମାଓମୁକ୍ତ ଅଭିଯାନ : ଗୋଟିଏ ଦିନରେ ୨ ଏନକାଉଣ୍ଟର

ମାଲକାନଗିରି : କିଛିଦିନ ପୂର୍ବରୁ ଖୁବଶୀଘ୍ର ଦେଶ ମାଓବାଦୀ ମୁକ୍ତ ହେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସକାଳେ ମାଲକାନଗିରି ସୀମାନ୍ତରେ ମାଓବାଦ ବିରୋଧରେ ଦୁଇଟି ବଡ ଏନକାଉଣ୍ଟର ହୋଇଛି । ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାର ଏରାବୋର ଜଂଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ମହିଳା ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଅନ୍ୟପଟେ ମାଲକାନଗିରି ଆନ୍ଧ୍ରପ୍ରଦେଶ ସୀମାନ୍ତ ଆଲୁରି ସୀତାରାମରାଜୁ ଜିଲ୍ଲାର ମେରଡମାଲ୍ଲି ଜଙ୍ଗଲରେ ମଧ୍ୟ ବଡ ଧରଣର ଏନକାଣ୍ଟର ହୋଇଛି ସୁରକ୍ଷା କର୍ମୀଙ୍କ ଗୁଳିରେ ଛଅ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣା ସ୍ଥଳରୁ ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଆନ୍ଧ୍ର ପ୍ରଦେଶର ମେରଡମାଲ୍ଲି ଏନକାଉଣ୍ଟର ରେ ଛତିଶଗଡର ମାଓନେତା ହିଡମା ଓ ତାଙ୍କ ପତ୍ନୀ ରାଜେ ନିହତ ହୋଇଥିବା ସୁଚନା ମିଳିଛି । ଦୁହେଁ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ । ହିଡମାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଆଉ ଦୁଇ ମାଓନେତା ଚେଲ୍ଲୁରି ନାରାୟଣ ଓରଫ ସୁରେଶ ଓ ଶଙ୍କର ଆନ୍ନା ମଧ୍ୟ ଏହି ଏନକାଉଣ୍ଟର ରେ ପ୍ରାଣ ହରାଇଥିବା ଜଣାପଡିଛି । ଘଟଣା ସଂପର୍କରେ ଜୋରଦାର ଛାନଭିନ କରୁଛି ଉଭୟ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ ପୁଲିସ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories