ଭୁବନେଶ୍ୱର: ଓଲିଉଡକୁ ଅନେକ ସୁପରହିଟ୍ ସଙ୍ଗୀତ ଭେଟି ଦେଇଛନ୍ତି ହ୍ୟୁମାନ ସାଗର । ହେଲେ ତାଙ୍କର ଶେଷ ଗୀତ ଥିଲା ଶରତ ସମ୍ରାଟ ଫିଲ୍ମର ‘ଦୀପ ଆଲୁଅରେ ଆଇନା ଆଗରେ ଠିଆ ହୁଅନାହିଁ ପ୍ରିୟା, ଇର୍ଷାରେ ଆଇନା ହେଇଯିବ ଚୁନା ଦୀପ ଲିଭି ହେବ ଧୂଆଁ’ । ଶରତ ସମ୍ରାଟ ଫିଲ୍ମ ପ୍ରଡକସନର ଆଗାମୀ ଚଳଚ୍ଚିତ୍ର ପାଇଁ ହ୍ୟୁମାନ ସାଗର ଏ ଗୀତଟି ଗାଇଥିଲେ । ଗଣ ମାଧ୍ୟମରେ କୌଣସି ଭୁଲ ଖବର ପ୍ରସାରିତ ନକରିବା ପାଇଁ ଏବଂ ଇତିହାସରେ ସଠିକ ଖବର ଉଲ୍ଲେଖ ରହୁ ବୋଲି ଶରତ ସମ୍ରାଟ ପ୍ରଡକସନ ପକ୍ଷରୁ କୁହାଯାଇଛି ।
ଏନେଇ ଶରତ ସମ୍ରାଟ କହିଛନ୍ତି ଯେ ମୋର ବହୁତ ଦିନର ସ୍ବପ୍ନ ଥିଲା ମୋର ପସନ୍ଦର କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗାଇଥିବା ଏକ ଗୀତରେ ମୁଁ ଅଭିନୟ କରେ । ସେଥିପାଇଁ ମୁଁ ଚାହୁଁଥିଲି ମୋର ଆଗାମୀ ଚଳଚିତ୍ର ପାଇଁ ସେ ଗୀତଟିଏ ଗାଆନ୍ତୁ କ୍ଷ ଗତ କିଛି ମାସ ଧରି ସେ କୌଣସି ଷ୍ଟୁଡିଓରେ ରେ ଗୀତ ଗାଈନଥିବା ଏବଂ ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିବା ସତ୍ୱେ ମୋ ଭାଗ୍ୟକୁ ସେଦିନ ଏମଆରଆର ଷ୍ଟୁଡିଓରେ ଆସି ମୋ ପାଇଁ ଗୀତଟିଏ ଗାଇଲେ । ବୋଧେ ଏହା ହ୍ୟୁମାନ ସାଗରଙ୍କର ମୋ ପାଇଁ ଆଶୀର୍ବାଦ ସଦୃଶ୍ୟ ଥିଲା ।



