www.samajalive.in
Monday, December 8, 2025
17.1 C
Bhubaneswar

ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ

ସମାଜ ଡିଜିଟାଲ ଡେସ୍କ: ଜଗତସିଂହପୁର ସଦର ଥାନା ବେହରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଉପରେ ବୁଲିଲା ବୁଲଡୋଜର । ମାଜିଷ୍ଟ୍ରେଟ ଓ ଉପଜିଲ୍ଲପାଳଙ୍କ ଉପସ୍ଥିତିରେ ୧୦ବଖରା ଘର ଭଙ୍ଗାଯାଇଛି । ଜିଲା ପ୍ରଶାସନ କହିଛି ଯେ ମାମଲାକୁ ଗୁରୁତର ସହ ନିଆଯାଇଛି । ସବୁ ଦିଗରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି ଜିଲ୍ଲାପାଳ । କେମିତି ଆସିଲେ, କଣ ଲିଙ୍କ ଅଛି, କିଏ ଆଣି ରଖିଲା ତଦନ୍ତ କରୁଛୁ । ଯିଏ ବି ଦୋଷୀ ସାବ୍ୟସ୍ତ ହେବ ପଦକ୍ଷେପ ନେବୁ ବୋଲି ଜିଲ୍ଲାପାଳ ଜେ.ସୋନାଲ କହିଛନ୍ତି ।

ବେହରାମପୁର ବସ୍ତିରେ ପୁଲିସ ରବିବାର ରାତିରେ ବାଂଲାଦେଶୀ ରହୁଥିବା ଖବର ପାଇ ଚଢଉ କରିଥିଲା। ଚଢଉ ସମୟରେ ବସ୍ତି ଲୋକ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା, ଯେଉଁଥିରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପରେ ୩ ପ୍ଲାଟୁନ ଫୋର୍ସ ମଗାଇ ପୁଲିସ ଚଢଉ କରି ୨ ଜଣଙ୍କୁ ଧରିଥିବା ବେଳେ ପ୍ରାୟ ୧୦/୧୨ ଜଣ ଖସି ପଳାଇଛନ୍ତି। ବାଂଲାଦେଶୀ ସନ୍ଦେହରେ ସେମାନଙ୍କୁ ଜଗତସିଂହପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ସେମାନେ ରହୁଥିବା ଘରୁ ଗୋଟିଏ ବନ୍ଧୁକ ସହ ୧୦ରୁ ୧୨ଟି ଖଣ୍ଡା, କଟୁରି ଓ ଶାବଳ ଆଦି ଜବତ ହୋଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories