www.samajalive.in
Monday, December 8, 2025
17.1 C
Bhubaneswar

ସୋମବାର ରାଶିଫଳ: ଆଜି ଏହି ରାଶି ପାଇଁ ଅତ୍ୟନ୍ତ ଶୁଭଦିନ

ମେଷ: ପୁଣ୍ୟ କର୍ମାଦି ହେତୁ ଧନୀ ହେବାର ମର୍ଯ୍ୟାଦା ଲାଭ କରିପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିବେ। ନୀତିମାନ୍‌ ହେବେ। ପୁତ୍ର ଲାଭର ସୂଚନା ମିଳୁଛି। ଗୋ ସେବା କରିପାରନ୍ତି।

ବୃଷ: ଶୌର୍ଯ୍ୟଶାଳୀ ହୋଇପାରନ୍ତି। ସୁଖୀ ହେବେ। କ୍ଲେଶ ସହିଷ୍ଣୁ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହେବେ। ଧନ ସଞ୍ଚୟ କରିପାରନ୍ତି। ଧୀର ବୃଦ୍ଧି ଯୋଗଁୁ ସ୍ଥିର ଚିତ୍ତସମ୍ପନ୍ନ ହେବେ।

- Advertisement -

ମିଥୁନ: ପତ୍ନୀ ବିଳାସ, ବ୍ୟସନକୁ ପ୍ରାଧାନ୍ୟ ଦେଇପାରନ୍ତି। ବିଦ୍ୟାଯୁକ୍ତ ​‌େହବେ। ପୁତ୍ର ସନ୍ତାନ ନିମନ୍ତେ କଠୋର ବ୍ରତ ଆଚରଣ କରିପାରନ୍ତି।​‌ କିଛି ନ ବୁଝି ପାପି ଲୋକଙ୍କ ଆଶ୍ରୟ ଦେଇ ଅଯଥା ଧନ ବ୍ୟୟ କରିବେ।

କର୍କଟ: ସାଧୁମାନଙ୍କ କଲ୍ୟାଣ ଓ ସ୍ନେହାର୍ଶୀବାଦରୁ ଧନ ଲାଭ ହେବ। ବସ୍ତ୍ର ବ୍ୟବସାୟ ଲାଭଦାୟକ ହେବ। କୃଷି କାର୍ଯ୍ୟରୁ ଭଲ ଆୟ ହେବ। ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଶାସ୍ତ୍ର ଜ୍ଞାନ ବିତରଣ କରିପାରନ୍ତି।

ସିଂହ: ଅଧର୍ମ ଓ ପାପର ବିନାଶ ପାଇଁ ସଦା ଚେଷ୍ଟାରତ ହୋଇପାରନ୍ତି। ବିକୃତ କର୍ମୀଙ୍କୁ ସଦ୍‌ବୁଦ୍ଧି ପ୍ରଦାନ କରିବେ। ଉତ୍ତମ କାର୍ଯ୍ୟ ପାଇଁ ସମ୍ମାନିତ ହୋଇପାରନ୍ତି। ପ୍ରାଣୀ ଘାତକମାନଙ୍କୁ ସଦ୍‌ବୁଦ୍ଧି ଦେବେ।

କନ୍ୟା: ପତ୍ନୀ ଅସୁସ୍ଥ ଯୋଗୁଁ ତାଙ୍କ ସେବା କରିପାରନ୍ତି। ତାଙ୍କ ଅସୁସ୍ଥତାର ପ୍ରତିକାର ପାଇଁ ସଦା ଚେଷ୍ଟିତ ହେବେ। ଆରୋଗ୍ୟ ପାଇଁ ଦାନଧର୍ମରେ ଦୀକ୍ଷିତ ହେବେ। ପତ୍ନୀ ସେବା ବ୍ରତ ଆଚରଣ କରି ପ୍ରଶଂସିତ ହେବେ।

ତୁଳା: ବିଳମ୍ବିତ ଖାଦ୍ୟ ଗ୍ରହଣ ସ୍ବାସ୍ଥ୍ୟ ହାନିର କାରଣ ହୋଇପାରେ। ପରିବାରର ସ୍ବାସ୍ଥ୍ୟସମ୍ପଦ ପ୍ରତି ଅଧିକ ଧ୍ୟାନ ଦେଇପାରନ୍ତି। ଧାର ଦେଇଥିବା ଅର୍ଥ ଫେରି ପାଇବାର ଚେଷ୍ଟାରୁ ବିରତ ହେବେ।

ବିଛା: କଳାକାରମାନଙ୍କୁ ସ୍ନେହ ବନ୍ଧନରେ ଅନୁବନ୍ଧିତ କରିପାରନ୍ତି। ଆବଶ୍ୟକସ୍ଥଳେ ଅଧିକ ବ୍ୟୟ ପାଇଁ କୁଣ୍ଠିତ ହେବେ ନାହିଁ। ବାରମ୍ବାର ଧୋକା ଖାଉଥିଲେ ବି ପାରିବାରିକ ସ୍ନେହ ଅତୁଟ ରଖିବେ।

ଧନୁ: ଧନୁର୍ଦ୍ଧାରୀର କାର୍ଯ୍ୟ ସମ୍ପାଦନ କରି କୁଳ ମର୍ଯ୍ୟାଦା ରକ୍ଷା କରିବାରେ ସିଦ୍ଧହସ୍ତ ହେବେ। ସାମୟିକ ଭାବେ ଶତ୍ରୁ ଦମନ କଳା, କୌଶଳ ପ୍ରୟୋଗ କଲେ ବି ଶତ୍ରୁ ଆପଣଙ୍କ ପିଛା ଛାଡ଼ିବେ ନାହିଁ।

ମକର: ପୁତ୍ରମାନଙ୍କୁ ପାପ କାର୍ଯ୍ୟରୁ ନିବୃତ୍ତ କରି ସନ୍ମାର୍ଗୀ କରିପାରନ୍ତି। ଆପଣ ଉଭୟ ପତିପତ୍ନୀଙ୍କ ସକଳ ଚେଷ୍ଟା ବ୍ୟର୍ଥ ହେବ ନାହିଁ। ଆପଣଙ୍କ ଅଦମ୍ୟ ଚେଷ୍ଟା ଯୋଗୁଁ ସନ୍ତାନମାନେ ଭଲବାଟକୁ ଫେରିଆସିବେ।

କୁମ୍ଭ: ପତ୍ନୀଙ୍କ ହେତୁ ଧନ ପ୍ରାପ୍ତ କରିପାରନ୍ତି। ମିଷ୍ଟାନ୍ନ ଦ୍ରବ୍ୟ ଭୋଜନର ସୁଯୋଗ ମିଳିବ। ପୁଷ୍ପାଦି ଭକ୍ଷଣରେ ସମ୍ମାନିତ ହୋଇପାରନ୍ତି। ଉତ୍ତମ ବ୍ୟବହାର ଓ ମିଠା କଥା ପାଇଁ ଜନସାଧାରଣଙ୍କ ପ୍ରିୟପାତ୍ର ହେବେ।

ମୀନ: ସଙ୍ଗୀତପ୍ରିୟଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ଅପ୍ରିୟ ସତ୍ୟ କହି କେତେକ କ୍ଷେତ୍ରରେ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ବୁଦ୍ଧି, ବିଦ୍ୟା ପାରଙ୍ଗମ ହେବେ। ସେବାକାର୍ଯ୍ୟରେ ନିଜକୁ ସାମିଲ କରିବେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories