www.samajalive.in
Monday, December 8, 2025
27.1 C
Bhubaneswar

ନୂଆପଡ଼ାରେ କାରସାଦି ହୋଇଛି: ସ୍ନେହାଙ୍ଗିନୀ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟଲାଭ କରିବା ପରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନରେ ଜାଲିଆତି ହୋଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ରବିବାର ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ନୂଆପଡ଼ାରେ କାରସାଦି ହୋଇଥିବା ଅଭିଯୋଗ କରିଛନ୍ତି।

ସ୍ନେହାଙ୍ଗିନୀ କହିଛନ୍ତି, ‘ଯେଉଁ ଭୋଟ ମେସିନରେ ଆସିଛି, ତାହାକୁ ସେ ଅଗ୍ରାହ୍ୟ କରୁଛନ୍ତି। ଫଳାଫଳକୁ ସେ ଖଣ୍ଡନ କରୁଛନ୍ତି। ନିର୍ବାଚନ କମିଶନଙ୍କୁ ନିନ୍ଦା କରୁଛନ୍ତି। ନିର୍ବାଚନ ଦିନ ସନ୍ଧ୍ୟା ୫ଟାରେ ୭୫% ଏବଂ ୭ଟାରେ ୭୭% ମତଦାନ ହୋଇଥିବା ନିର୍ବାଚନ କମିଶନ କହିଲେ। ପରଦିନ ସକାଳ ୧୦ଟାରେ ୮୧% ଏବଂ ମଧ୍ୟାହ୍ନ ୧୨ଟାରେ ୮୩.୪୫% ମତଦାନ ହୋଇଥିବା କହିଲେ। ନୂଆପଡ଼ାରେ ଅନେକଗୁଡ଼ିଏ ବିରଳ ରେକର୍ଡ ସୃଷ୍ଟି ହୋଇଛି। ସ୍ଵାଧୀନତା ପରଠୁ ନୂଆପଡ଼ାରେ ମତଦାନ ହାର ୭୦% ଭିତରେ ରହିଛି। ଉପନିର୍ବାଚନରେ କ’ଣ ଏମିତି ହୋଇଗଲା ଯେ, ୪୧ ବୁଧରେ ୯୦%ରୁ ଅଧିକ ମତଦାନ ହେଲା। ତେଣୁ କାରସାଦି ହୋଇଛି।’

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories