www.samajalive.in
Friday, December 5, 2025
27.1 C
Bhubaneswar

ବିହାରରେ ଏନଡିଏକୁ ଦୁଇ ତୃତୀୟାଂଶ ସିଟ୍, ବିଜେପି ନେତା କହିଲେ ଆଗକୁ ପଶ୍ଚିମବଙ୍ଗ ମଧ୍ୟ ଜିତିବୁ

ପାଟଣା: ବିହାର ବିଧାନସଭା ନିର୍ବାଚନ ୨୦୨୫ର ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ପ୍ରାରମ୍ଭରୁ ଏନଡିଏକୁ ସଫଳତା ମିଳୁଥିବା ନଜର ଆସୁଛି। ଆଜି ହିଁ ନିର୍ଦ୍ଧାରିତ ହୋଇଯିବ ଯେ ବିହାର ଆସନରେ କିଏ ବସିବ। ଏନଡିଏ ଓ ମହାମେଣ୍ଟ ଦୁଇ ପଟେ ଠିଆ ହୋଇଛନ୍ତି ଏବଂ ନୀତିଶ-ତେଜସ୍ବୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି। ୨୪୩ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ପଡିଥିବା ଭୋଟର ଗଣତି ୪୬ କେନ୍ଦ୍ରରେ ଚାଲିଛି। ନୀତିଶ କୁମାର ନିଜ ବିଜୟ ପାଇଁ ଠାଣି ନେଇଛନ୍ତି। ଅନ୍ୟପଟେ ଯାଦବ ମଧ୍ୟ ୧୮ ନଭେମ୍ବରରେ ଶପଥ ନେବା ନେଇ ଦାବି କରିଥିଲେ।

ଏକଜିଟ୍ ପୋଲ ଅନୁସାରେ ମହିଳା ଓ ଓବିସିଙ୍କ ସମର୍ଥନ ଏନଡିଏକୁ ମିଳିବା ସମ୍ଭାବନା ଅଧିକ ରହିଥିଲା। ସର୍ବପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ଓ ଏହା ପରେ ଇଭିଏମର ଗଣତି ଚାଲିଛି। ୨୪୩ ଆସନରେ ବହୁମତ ପାଇଁ ୧୨୨ ଆସନ ଜରୁରି। ଭୋଟ୍ ଗଣତିକୁ ନଜରରେ ରଖି ପ୍ରଶାସନ ସବୁ ଜିଲାରେ ସୁରକ୍ଷା ବ୍ୟବସ୍ଥା କରିଛି। ତେବେ ଏହା ମଧ୍ୟରେ ବିଜେପି ନେତା ଗିରିରାଜ ସିଂହ ବଡ ବୟାନ ଦେଇ ବିହାରରେ ଏନଡିଏର ବିଜୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏବେ ପଶ୍ଚିମବଙ୍ଗ ପାଳି। ପଶ୍ଚିମବଙ୍ଗ ମଧ୍ୟ ଜିତିବୁ ବୋଲି ସେ କହିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories