www.samajalive.in
Saturday, December 6, 2025
26.1 C
Bhubaneswar

ବିବାଦୀୟ ବୟାନ ଦେଇ ଫସିଲେ ଆରଜେଡି ନେତା ସୁନିଲ ସିଂହ

ବିହାର ବିଧାନସଭା ନିର୍ବାଚନର ଫଳାଫଳ ପୂର୍ବରୁ ଆରଜେଡି ଏମଏଲସି ସୁନିଲ ସିଂହ ବିବାଦୀୟ ବୟାନ ଦେଇ ଫସିଛନ୍ତି। ସେ କହିଥିଲେ କି ଯଦି ମତଗଣନାରେ ଗଡବଡ ହୁଏ ତେବେ ବିହାରକୁ ବାଂଲାଦେଶ ଓ ନେପାଳ କରିଦେବୁ। ଏହାକୁ ନେଇ ଗୋଟେ ପଟେ ବିଜେପି ଓ ଜେଡିୟୁ ଆକ୍ରମଣ କରିଥିବାବେଳେ ଅନ୍ୟପଟେ ରାଜ୍ୟ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ରାଜ୍ୟର ପୁଲିସ ମହାନିର୍ଦ୍ଦେଶକଙ୍କ ଆଦେଶରେ ପାଟଣାର ସାଇବର ଥାନାରେ ସୁନିଲ ସିଂହଙ୍କ ବିରୁଦ୍ଧରେ ଏଫଆଇଆର ରେଜିଷ୍ଟର ହୋଇଛି। ଡିଜିପି କହିଛନ୍ତି ଯେ ଏହି ବୟାନ ଦଙ୍ଗାକୁ ଉସକାଉଛି। ଡିଜିପି ବିନୟ କୁମାର କହିଛନ୍ତି ଯେ ଭୋଟ୍ ଗଣନାର ପ୍ରସ୍ତୁତି ସରିଛି। ପର୍ଯ୍ୟାପ୍ତ ସଂଖ୍ୟାରେ ପୁଲିସକର୍ମୀଙ୍କୁ ନିୟୋଜିତ କରାଯାଇଛି। ଯାଞ୍ଚ ଚାଲିଛି, ବିଜୟ ଉତ୍ସବ କେଉଁଠି ବି ଯେପରି ପାଳନ କରାନଯାଏ ସେଥିପାଇଁ ନିର୍ବାଚନ ଆୟୋଗଙ୍କ ପୂର୍ବରୁ ନିୟମ ରହିଥିବା ସେ ସୂଚନା ଦେଇଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories