www.samajalive.in
Friday, December 5, 2025
23.1 C
Bhubaneswar

ମତଦାନ କେନ୍ଦ୍ରରୁ ମିଳିଲା ଭିଭିପାଟ୍ ସ୍ଲିପ୍, ଘଟଣାସ୍ଥଳରେ ହଙ୍ଗାମା

ଚମ୍ପାରଣ: ପୂର୍ବ ଚମ୍ପାରଣର ସୁଗୈଲୀରେ ଏକ ମତଦାନ କେନ୍ଦ୍ରରେ ଭିଭିପାଟ୍ ସ୍ଲିପ୍ ମିଳିବାକୁ ନେଇ ହଙ୍ଗାମା ହୋଇଛି। ସୁଗୌଲୀରେ ନିମୁଇୟା ଓ୍ବାର୍ଡ ୧୨ରେ ମତଦାନ କେନ୍ଦ୍ର ସଂଖ୍ୟା ୨୧୯ରେ ନିର୍ବାଚନ ପରେ ବୁଧବାର ସକାଳେ ବିଦ୍ୟାଳୟ ସଫେଇ ସମୟରେ ଭିଭିପାଟ୍ ସ୍ଲିପ୍ ଜମିରେ ପଡିଥିବା ମିଳିଥିଲା। ସ୍ଲିପ୍ ମିଳିବା ପରେ ସ୍ଥାନୀୟ ଜନସାଧାରଣ ଭୋଟ୍ ଚୋରି ହୋଇଥିବା ନେଇ ହଙ୍ଗାମା କରିଥିଲେ। ସୂଚନା ପାଇ ଅନେକ ପାର୍ଟିର ପ୍ରାର୍ଥୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଠାରେ ସମୁଦାୟ ୧୦୨୪ ମତଦାତା ଅଛନ୍ତି, ଯେଉଁଥିରୁ ୪୮୬ ମହିଳା ଓ ୫୩୮ ପୁରୁଷ ମତଦାତା ଅଛନ୍ତି। ସୂଚନା ଅନୁସାରେ ବିଦ୍ୟାଳୟ ପରିସରରେ ୧୭୨ ସ୍ଲିପ୍ ମିଳିଛି। ତେବେ ଏହା ହୁଏତ ମକ୍ ପୋଲ୍ ସ୍ଲିପ୍ ହୋଇଥାଇପାରେ ବୋଲି କୁହାଯାଉଛି ଯାହାକୁ ପଦାଧିକାରୀ ବାହାର କରିଥାଇପାରନ୍ତି। ତେବେ ମାମଲାର ଯାଞ୍ଚ ଚାଲିଛି। ଯାଞ୍ଚ ପରେ ଏହା ସ୍ପଷ୍ଟ ହେବ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories