www.samajalive.in
Friday, December 5, 2025
27.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : ହରିୟାଣାରୁ ଜବତ ହେଲା ଲାଲ୍ କାର୍

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଜବତ ହେଲା ଲାଲ୍‌ ରଙ୍ଗର କାର୍‌ । ହରିୟାଣାରୁ ଜବତ ହେଲା ଆତଙ୍କୀଙ୍କ ଏହି କାର୍ । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଆଇ-୨୦ କାର୍‌ରେ ଶକ୍ତିଶାଳୀ ବିସ୍ଫୋରଣ ଘଟଣାରେ ସନ୍ଦିଗ୍ଧର ଆଇ-୨୦ କାର୍ ସହ ଲାଲ୍ ରଙ୍ଗର ଇକୋସ୍ପୋର୍ଟ କାର୍ ଥିବା ସୂଚନା ମିଳିଥିଲା। ଏହାପରେ ଦିଲ୍ଳୀ , ଉତ୍ତରପ୍ରଦେଶ ଓ ହରିୟାଣା ପୁଲିସ୍ ଏହି କାର୍‌କୁ ଖୋଜିଥିଲେ । ଦିଲ୍ଳୀ ପୁଲିସ୍‌ର ୫ଟି ଦଳକୁ କାର୍ ଖୋଜିବା ପାଇଁ ଦାୟୀତ୍ଵ ଦିଆଯାଇଥିଲା । ପରେ ଡିଏଲ୍‌-୧୦ସିକେ-୦୪୫୮ ବିଶିଷ୍ଟ ଆତଙ୍କୀଙ୍କ ଏହି ଲାଲ୍‌ ରଙ୍ଗର ଇକୋସ୍ପୋର୍ଟ କାର୍ ହରିୟାଣା ପୁଲିସ୍‌କୁ ମିଳିଥିବା ସୂଚନା ମିଳିଛି । ଫରିଦାବାଦର ଖଣ୍ଡଓ୍ବାଲି ଗାଁ ପାଖରୁ ଏହି କାର୍ ମିଳିଥିବା ସୂଚନା ଦେଲେ ଫରିଦାବାଦ ପୁଲିସ୍ ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories