www.samajalive.in
Friday, December 5, 2025
27.1 C
Bhubaneswar

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ବୁଥ୍ ବାହୁଡ଼ା ମତକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଛି । ଏକ୍‌ଜିଟ୍ ପୋଲ ମହାଗଠବନ୍ଧନ ବିପକ୍ଷରେ ଥିଲେ ମଧ୍ୟ ଏହାକୁ ଖାରଜ କରି ବିଜୟ ସୁନିଶ୍ଚିତ କରିଛନ୍ତି ମହାଗଠବନ୍ଧନ ମୁଖ୍ୟମନ୍ତ୍ରୀ ପ୍ରାର୍ଥି ଆର୍‌ଜେଡ଼ି ନେତା ତେଜସ୍ଵୀ ଯାଦବ ।

ତେଜସ୍ୱୀ ବୁଥ୍‌ ବାହୁଡ଼ା ମତକୁ ଖାରଜ କରିବା ସହ ପରୋକ୍ଷରେ ବିଜେପିକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି , ଏଥର ସେମାନେ ଭୋଟ ଗଣତି ପ୍ରକ୍ରିୟାକୁ କୁ ଧୀର କରିବା ପାଇଁ ପ୍ରୟାସ କରିବେ । ସେମାନେ ଜିଲ୍ଲା ମୁଖ୍ୟାଳୟରେ ଭୟ ସୃଷ୍ଟି କରିବେ । ସେ କହିଛନ୍ତି , ଯେଉଁଠି ବୋମା ବିସ୍ଫୋରଣ ହେବ ସେଠାରେ କିଛି କରି ପାରିବେ ନାହିଁ , କିନ୍ତୁ ବିହାରର ସମସ୍ତ ଜିଲ୍ଲାରେ ଏକ ମିଲିଟାରି ଫ୍ଲାଗମାର୍ଚ୍ଚ କରି ଗଣତନ୍ତ୍ରକୁ ହତ୍ୟା କରିବେ । ଯାହାଦ୍ୱାରା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟିହେବ । ଗତ ନିର୍ବାଚନରେ ମହାଗଠବନ୍ଧନ ର ପରାଜୟର କାରଣ ବର୍ଣ୍ଣନା କରି କହିଛନ୍ତି,  ୨୦୨୦ ନିର୍ବାଚନରେ ​​ମଧ୍ୟ ଲୋକମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଥିଲେ କିନ୍ତୁ ଭୁଲ ରଣନୀତି ପାଇଁ ମାତ୍ର ୧୨,୦୦୦ ଭୋଟ ବ୍ୟବଧାନରେ ଆମକୁ ହାରିବାକୁ ପଡ଼ିଲା । ଏଥର ଆମେ କ୍ଲିନ ସୁଇପ୍ କରିବୁ । ମହାଗଠବନ୍ଧନ ବିପୁଳ ବିଜୟ ହାସଲ କରିବ । ଏଥର ଆଉ ଆମ ଲୋକମାନେ ଭୟଭୀତ ହେବେ ନାହିଁ । ସେମାନେ ଭୋଟ ଚୋରି ବନ୍ଦ କରିବେ, ଗଣତନ୍ତ୍ରକୁ ରକ୍ଷା କରିବେ ଏବଂ ଯାହା ବଳିଦାନ ଦେବାକୁ ଆବଶ୍ୟକ ତାହା କରିବେ ବୋଲି କହିଛନ୍ତି ତେଜସ୍ଵୀ ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories