www.samajalive.in
Friday, December 5, 2025
27.1 C
Bhubaneswar

ନୂଆପଡ଼ାରେ ବିଜେପି ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ, ଇସିଆଇଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

ସମାଜଲାଇଭ ଡେସ୍କ: ନୂଆପଡ଼ାରେ ବିଜେପି ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ତ୍ତମାନ ନୂଆପଡ଼ାରେ ସାଇଲେନ୍ସ ପିରିୟଡ ବା ନୀରବ କାଳ ଜାରି ରହିଛି। ଏହି ସମୟ ମଧ୍ୟରେ ବାହାର ଅଞ୍ଚଳର କୌଣସି ନେତା କିମ୍ବା କର୍ମୀ ନିର୍ବାଚନମଣ୍ଡଳୀରେ ରହିବା ଅନୁଚିତ। ହେଲେ ବିଜେପିର ବାହାର ନେତା ଏବଂ କର୍ମୀ ନୂଆପଡ଼ାରେ ଡେରା ପକାଇଥିବା ଅଭିଯୋଗ କରିଛନ୍ତି ନବୀନ। ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ନିକଟରେ ଦାବି କରି ଏଥିରେ ହସ୍ତକ୍ଷେପ କରିବାକୁ କହିଛନ୍ତି।

ନବୀନ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଲେଖିଛନ୍ତି, ମୁକ୍ତ ଏବଂ ଅବାଧ ନିର୍ବାଚନ ଗଣତନ୍ତ୍ରର ହଲମାର୍କ। ମାତ୍ର ନିର୍ବାଚନର ୪୮ ଘଣ୍ଟା ପୂର୍ବ ସମୟ, ଯାହାକୁ ନୀରବ କାଳ କୁହାଯାଏ, ସେହି ସମୟରେ ଶାସକ ଦଳ ଆଚରଣ ବିଧି ଉଲ୍ଲଂଘନ କରୁଛି। ବାହାର ଅଞ୍ଚଳର ବିଜେପି ନେତାମାନେ ନିର୍ବାଚନମଣ୍ଡଳୀରେ ରହି ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସ୍ଥାନୀୟ ବିଜେଡି ନେତାମାନେ ଏସବୁ କାର୍ଯ୍ୟକୁ ବିରୋଧ କରିବାରୁ ପୁଲିସ ସେମାନଙ୍କୁ ଅଟକ ରଖିଛି। କିନ୍ତୁ ଉଲ୍ଲଂଘନକାରୀ ମୁକ୍ତ ଭାବେ ବୁଲୁଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ପୁଲିସ ଏବଂ ପ୍ରଶାସନ ଶାସକ ଦଳର ହାତବାରିଶି ସାଜି କାମ କରୁଛି। ଏଭଳି କାର୍ଯ୍ୟ ନିର୍ବାଚନ ପ୍ରକ୍ରିୟାର ବିଶ୍ଵାସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ନିର୍ବାଚନ ଆୟୋଗ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ନବୀନ ଅନୁରୋଧ କରିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories