www.samajalive.in
Friday, December 5, 2025
23.1 C
Bhubaneswar

ଦିଲ୍ଲୀ ପାଇଁ ତିନି ଦଳର ପ୍ରାର୍ଥୀ ଘୋଷଣା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ମହାନଗର ନିଗମ (MCD) ର ୧୨ଟି ୱାର୍ଡରେ ଉପନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୩୦ ତାରିଖ ସକାଳ ୭:୩୦ ରୁ ସନ୍ଧ୍ୟା ୫:୩୦ ପର୍ଯ୍ୟନ୍ତ ମତଦାନ ହେବ ।  ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏହି ନିର୍ବାଚନରେ ​​ତିନି  ପ୍ରମୁଖ ଦଳ ମଧ୍ୟରେ ଏକ କଡ଼ା ପ୍ରତିଯୋଗିତା ହେଉଛି । ଏଥିପାଇଁ ବିଜେପି, ଆପ୍ ଏବଂ କଂଗ୍ରେସ ଗତକାଲି ସେମାନଙ୍କର ପ୍ରାର୍ଥୀ ଘୋଷଣା କରିଛନ୍ତି ।

ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦଭା ଗତକାଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ମୁଣ୍ଡକାରୁ ଜୟପାଲ ସିଂ ଦରାଲ , ଶାଲିମାର ବାଗ(ବି)ରୁ ଅନୀତା ଜେନା , ଚାନ୍ଦିନୀ ଚୌକରୁ ସୁମନ କୁମାର ଗୁପ୍ତା , ଦିଚାଉ କଲାଂରୁ ରେଖା ରାନୀ, ଚାନ୍ଦିନୀ ମହଲରୁ ସୁନୀଲ ଶର୍ମା , ନାରାୟଣାରୁ ଚନ୍ଦ୍ରକାନ୍ତ ଶିବାନୀ, ସଙ୍ଗମ ବିହାର(ଏ)ରୁ  ଶୁଭ୍ରଜିତ ଗୌତମ , ଦ୍ୱାରକା(ବି)ରୁ ମନିଷା ରାଜପାଲ ସେହରାୱତ , ଅଶୋକ ବିହାରରୁ ବିନା ଆସିଜା , ଗ୍ରେଟର କୈଳାସରୁ ଅଞ୍ଜୁମ ମଣ୍ଡଳ , ବିନୋଦ ନଗରରୁ ସରଳା ଚୌଧୁରୀ ଏବଂ ଦକ୍ଷିଣପୁରୀରୁ ରୋହିଣୀ ରାଜ ପ୍ରାର୍ଥି ହୋଇଛନ୍ତି ।

- Advertisement -

ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି । ବିନୋଦ ନଗରରୁ ବିନୟ ଶଙ୍କର ଦୁବେ, ଅଶୋକ ବିହାରରୁ ବିଶାଖା ରାନୀ , ଗ୍ରେଟର କୈଳାସରୁ ଶିଖା କପୁର , ଦକ୍ଷିଣପୁରୀରୁ ବିକ୍ରମ , ଶାଲିମାର ବାଗ(ବି)ରୁ ସରିତା କୁମାରୀ , ସଙ୍ଗମ ବିହାର(ଏ)ରୁ ସୁରେଶ ଚୌଧୁରୀ , ନାରାୟଣାରୁ ମନୋଜ ତନ୍ୱାର , ମୁଣ୍ଡକାରୁ ମୁକେଶ , ଦ୍ୱାରକା(ବି)ରୁ ସୁମିତା ମଲିକ , ଚାନ୍ଦିନୀ ମହଲରୁ କୁନୱର ଶାହଜାଦ ଅହମ୍ମଦ , ଦିଚାଉ କଲାଂରୁ ରଶ୍ମି ଶର୍ମା ଏବଂ ଚାନ୍ଦିନୀ ଚୌକରୁ ଅଜୟ କୁମାର ଜେନା ପ୍ରାର୍ଥୀ ହୋଇଛନ୍ତି |

ଆମ୍ ଆଦମୀ ପାର୍ଟି ଦକ୍ଷିଣପୁରୀରୁ ରାମ ସ୍ଵରୂପ କାନୋଜିଆ, ଗ୍ରେଟର କୈଳାସରୁ ଏଶନା ଗୁପ୍ତା, ବିନୋଦ ନଗରରୁ ଗୀତା ରାୱତ, ଚାନ୍ଦିନୀ ଚୌକରୁ ହାର୍ଶ ଶର୍ମା, ଚାନ୍ଦିନୀ ମହଲରୁ ମୁଦାସୀର ଉସମାନ କ୍ୟୁରେଶ , ଶାଲିମାର ବାଗ(ବି)ରୁ ବବିତା ଆହ୍ଲାଓ୍ବାତ , ସଙ୍ଗମ ବିହାର(ଏ)ରୁ ଅନୁଜ ଶର୍ମା, ଅଶୋକ ବିହାରରୁ ସୀମା ବିକାଶ ଗୋୟଲ, ନାରାୟଣାରୁ ରାଜନ ଆରୋରା, ଦ୍ୱାରକା (ବି)ରୁ ରାଜବାଲା ସେହରୱାତ ଏବଂ ଦିଚାଉ କଲାଂରୁ କେଶବ ଚୌହାନ ପ୍ରାର୍ଥୀ ହୋଇଛନ୍ତି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories