ସମାଜ ଡିଜିଟାଲ ଡେସ୍କ: ଏକ ହେଲିକପ୍ଟର ଅବତରଣ କରିବା ସମୟରେ ପଛ ଭାଗ ତଳେ ମାଡ଼ ହୋଇ ଦୁଇଖଣ୍ଡ ହୋଇଯିବା ପରେ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ରୁଷର ଏହି ହେଲିକପ୍ଟରଟି ଡଗେସ୍ତାନ ଗଣରାଜ୍ୟରେ ଦୁର୍ଘଟଣାର ଶିକାର ହୋଇଛି। ନିକଟରେ ସମୁଦ୍ର ଥିଲେ ହେଁ ପାଇଲଟ ହେଲିକପ୍ଟରକୁ ସୁରକ୍ଷିତ ଭାବେ ପାଣିରେ ଅବତରଣ କରିବାରେ ବିଫଳ ହେବାରୁ ୫ ଜଣଙ୍କ ଜୀବନ ଚାଲିଯାଇଛି। ମୃତକମାନେ କିଜଲିଆର ଇଲେକଟ୍ରୋ ମେକାନିକାର ପ୍ଲାଣ୍ଟର କର୍ମଚାରୀ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ସମୟର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି।
ମୃତକମାନଙ୍କ ମଧ୍ୟରେ କିଜଲିଆର ପ୍ଲାଣ୍ଟର ଡେପୁଟି ଜେନେରାଲ ମ୍ୟାନେଜର, ଚିଫ ଇଞ୍ଜିନିଅର ଏବଂ ଚିଫ ଡିଜାଇନର ରହିଛନ୍ତି। ଏହି ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
🚨 BREAKING: Full video emerges of tragic Russian Ka-226 helicopter crash carrying key military factory workers.
In the disaster:✅ Deputy General Director of Kizlyar plant
✅ Chief Engineer
✅ Chief Designer
All DIED.
Kizlyar develops critical onboard equipment for Sukhoi… pic.twitter.com/1e7ZCHfjYp
— Svilen Georgiev (@siscostwo) November 9, 2025



