www.samajalive.in
Friday, December 5, 2025
27.1 C
Bhubaneswar

ପୁନଃନିର୍ବାଚନ ପାଇଁ କୌଣସି ସ୍ଥାନରେ ହୋଇନି ସୁପାରିସ: ଇସି

ଭୁବନେଶ୍ୱର: ସ୍ୱଚ୍ଛତା ଓ ନିରପେକ୍ଷତାକୁ ସବୁବେଳେ ପ୍ରାଧାନ୍ୟ ଦେଇଆସିଥିବା ଭାରତ ନିର୍ବାଚନ ଆୟୋଗ (ECI) ମତଦାନ କେନ୍ଦ୍ରରେ ସୂକ୍ଷ୍ମତମ ତ୍ରୁଟିକୁ ଚିହ୍ନଟ କରି ଆବଶ୍ୟକସ୍ଥଳେ ପୁନଃନିର୍ବାଚନ ପାଇଁ ସୁପାରିସ ନିମନ୍ତେ ଫର୍ମ ୧୭କ ଜାରି କରିଛନ୍ତି। ଏହା ସହିତ ମତଦାନ ଦିବସରେ ବ୍ୟବହୃତ ଅନ୍ୟାନ୍ୟ କାଗଜପତ୍ରଗୁଡ଼ିକର ଭୋଟ ପରବର୍ତ୍ତୀ ଯାଞ୍ଚ ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସମସ୍ତ ପ୍ରାର୍ଥୀଙ୍କୁ ଯାଞ୍ଚର ତାରିଖ, ସମୟ ଏବଂ ସ୍ଥାନ ବିଷୟରେ ପୂର୍ବରୁ ସୂଚିତ କରାଯାଇଥିଲା ବୋଲି ଇସିଆଇଙ୍କ ପକ୍ଷରୁ କୁହାଯାଇଛି।

ତଦନୁସାରେ, ଆୟୋଗଙ୍କ ଦ୍ୱାରା ନିଯୁକ୍ତ ୧୨୧ ଜଣ ରିଟର୍ଣ୍ଣିଂ ଅଫିସର ଏବଂ ୧୨୧ ଜଣ ସାଧାରଣ ପର୍ଯ୍ୟବେକ୍ଷକଙ୍କ ତତ୍ତ୍ଵାବଧାନରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଥିବା ସମସ୍ତ ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଓ ମତଦାନ ସମ୍ପର୍କିତ ଦସ୍ତାବିଜଗୁଡ଼ିକର ଯାଞ୍ଚ ଭଲଭାବରେ ସମ୍ପାଦିତ ହୋଇଛି। ପ୍ରାୟ ୪୫୫ ଜଣ ପ୍ରାର୍ଥୀ ଅଥବା ପ୍ରାର୍ଥୀମାନଙ୍କ ପ୍ରତିନିଧି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

- Advertisement -

ଯାଞ୍ଚ ପରେ କୌଣସି ମତଦାନ କେନ୍ଦ୍ରରେ ଅସଙ୍ଗତି ହୋଇ ନ ଥିବା ଜଣାପଡିଛି। ତେଣୁ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପୁନଃମତଦାନ ପାଇଁ କେଉଁଠାରୁ ସୁପାରିସ କରାଯାଇନାହିଁ। ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା ଏବଂ ଯାଞ୍ଚ ପରେ, ଫର୍ମ ୧୭କ ଏବଂ ତତ୍‌ସମ୍ପର୍କିତ ଦସ୍ତାବିଜଗୁଡ଼ିକୁ ରିଟର୍ଣ୍ଣିଂ ଅଫିସରଙ୍କ ମୋହର ସହିତ ପୁନଃସିଲ୍ କରାଯାଇଛି ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories