www.samajalive.in
Friday, December 5, 2025
23.1 C
Bhubaneswar

ଲାଞ୍ଚ ନେଇ କେନ୍ଦୁଝର ଡିଏସଏସଓ ଗିରଫ

ସମାଜଲାଇଭ ଡେସ୍କ: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି କେନ୍ଦୁଝର ଡିଏସଏସଓ(ଜିଲା ସାମାଜିକ ନିରାପତ୍ତା ଅଧିକାରୀ) ବିପ୍ଳବ କେଶରୀ ସାମନ୍ତରାୟ। ବିପ୍ଳବ ଏକ ଏନଜିଓଠାରୁ ଏହି ଲାଞ୍ଚ ଅର୍ଥ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

ସୂଚନା ଅନୁସାରେ, ସରକାରଙ୍କ ସାମାଜିକ ନିରାପତ୍ତା ଯୋଜନା ଅଧୀନରେ ବେସରକାରୀ ଅନୁଷ୍ଠାନ ବା ଏନଜିଓଗୁଡ଼ିକର ବିଲ୍‌ କ୍ଲିଅର କରିବା ଲାଗି ବିପ୍ଳବ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ନିକଟରେ ସେ ଏକ ଏନଜିଓଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ସମ୍ପୃକ୍ତ ଏନଜିଓ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲା। ଯୋଜନା ଅନୁସାରେ, ବିପ୍ଳବ ଫୋନ ପେ’ ଜରିଆରେ ୨୦ ହଜାର ଟଙ୍କା ନେବା ସମୟରେ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

- Advertisement -

ଏହା ପରେ ଭିଜିଲାନ୍ସ ପକ୍ଷରୁ ବିପ୍ଳବଙ୍କର ୩ଟି ଠିକଣାରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଭିଜିଲାନ୍ସ ଅଧିକାରୀମାନେ ଆୟ ବହିର୍ଭୁତ ସମ୍ପତ୍ତିର ଯାଞ୍ଚ କରିଛନ୍ତି। ବିପ୍ଳବଙ୍କ ଘରୁ ୧୦ଟି ପ୍ଲଟ ସମ୍ବନ୍ଧୀୟ କାଗଜପତ୍ର, ଭୁବନେଶ୍ଵରରେ ଏକ ୩ ମହଲା କୋଠା, ଭୁବନେଶ୍ଵରର ମଦନପୁରରେ ଏକ ମହଲା କୋଠା ଏବଂ ୩ ଏକର ଜାଗା ପରିମିତ ଫାର୍ମହାଉସ ଠାବ କରାଯାଇଛି। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories