www.samajalive.in
Monday, December 8, 2025
17.1 C
Bhubaneswar

ମହିଳା ସଶକ୍ତୀକରଣ ଯୋଜନାରେ ବିଗୁଡ଼ୁଛି ରାଜ୍ୟ ବଜେଟ: ୧୨ ରାଜ୍ୟରେ ୧.୬୮ ଲକ୍ଷ କୋଟି ଖର୍ଚ୍ଚ

ନୂଆଦିଲ୍ଲୀ: ଦେଶର ୧୨ ରାଜ୍ୟ ୨୦୨୫-୨୬ରେ ମହିଳାଙ୍କ ପାଇଁ ନିଃସର୍ତ୍ତ ନଗଦ ରାଶି ଟ୍ରାନ୍ସଫର(ୟୁସିଟି) ଯୋଜନାରେ ୧.୬୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ୩ ବର୍ଷ ପୂର୍ବରୁ କେବଳ ୨ଟି ରାଜ୍ୟ ମହିଳାଙ୍କ ପାଇଁ ଏଭଳି ଯୋଜନା ଚଳାଉଥିଲେ। ଏକ ରିପୋର୍ଟ ଅନୁସାରେ ନିକଟରେ ମହିଳାଙ୍କ ସଶକ୍ତୀକରଣ ନିମନ୍ତେ ଅନେକ ଯୋଜନା ରାଜ୍ୟଗୁଡିକ ଲାଗୁ କରିଛନ୍ତି। ଦେଶରେ ଏହା ଏକ ମୁଖ୍ୟ କଲ୍ୟାଣକାରୀ ଯୋଜନା ସାଜିଛି।

ଚଳିତ ବର୍ଷ କେବଳ ମହିଳା କୈନ୍ଦ୍ରିକ କଲ୍ୟାଣକାରୀ ଯୋଜନା ପାଇଁ ବଢୁଥିବା ବ୍ୟୟ ଯୋଗୁଁ ୧୨ ରୁ ୬ଟି ରାଜ୍ୟର ରାଜସ୍ବ କ୍ଷତି ହେବା ଅନୁମାନ କରାଯାଇଛି। ଆସାମ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଗତ ବର୍ଷ ତୁଳନାରେ ମହିଳା ୟୁସିଟି ଯୋଜନାର ବଜେଟ ଯଥାକ୍ରମେ ୩୧ ଓ ୧୫ ପ୍ରତିଶତ ବୃଦ୍ଧି ପାଇଛି। ରିପୋର୍ଟରେ କୁହାଯାଇଛି କି ଯଦି ଏହି ଯୋଜନା ବନ୍ଦ କରିଦିଆଯିବ ତେବେ ରାଜ୍ୟର ଆର୍ଥିକ ସ୍ଥିତିରେ ଅନେକ ସୁଧାର ଆସିପାରେ। ସୂଚନାଯୋଗ୍ୟ, ମହାରାଷ୍ଟ୍ର ଏପ୍ରିଲ ୨୦୨୫ରେ ମୁଖ୍ୟମନ୍ତ୍ରୀ ଲଡକି ବହିନ ଯୋଜନାରେ ମାସିକ ପୈଠ ହ୍ରାସ କରିଥିଲା। ଏନେଇ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଚେତାବନୀ ଦେଇଥିଲା ଯେ ମହିଳା, ଯୁବପିଢି ଓ ଚାଷୀଙ୍କ ପାଇଁ ସବସିଡି ଓ ନଗଦ ରାଶି ହସ୍ତାନ୍ତରରେ ବଢୁଥିବା ବଜେଟ ଫଳରେ ଉତ୍ପାଦକ ଖର୍ଚ୍ଚ ପାଇଁ ରାଜସ୍ବ ଉପରେ ପ୍ରଭାବ ପଡିପାରେ ।

- Advertisement -

ମଧ୍ୟପ୍ରଦେଶରେ ଲାଡଲି ବହନା ଯୋଜନା ଏବଂ କର୍ଣ୍ଣାଟକରେ ଗୃହଲକ୍ଷ୍ମୀ ଯୋଜନାରେ ପ୍ରତି ପରିବାରର ମହିଳାଙ୍କୁ ପ୍ରାୟ ୧୫୦୦ ଟଙ୍କା ପର୍ଯ୍ୟନ୍ତ ପୈଠ କରାଯାଉଛି। କର୍ଣ୍ଣାଟକର ଜିଏସଡିପି ୦.୬ ପ୍ରତିଶତ ଅଧିକ ଥିବାବେଳେ ମହିଳାଙ୍କୁ ଆର୍ଥିକ ରାଶି ସହାୟତା ପ୍ରଦାନ ପରେ ଏହା ୦.୩ ପ୍ରତିଶତକୁ ହ୍ରାସ ପାଇଛି। ସେହିଭଳି ମଧ୍ୟ ପ୍ରଦେଶରେ ଜିଏସଡିପି ବଳକା ୦.୪ ପ୍ରତିଶତରୁ ୧.୧ ପ୍ରତିଶତକୁ ଖସିଆସିଛି। ଓଡ଼ିଶାରେ ମହିଳା ସଶକ୍ତୀକରଣ ପାଇଁ ପ୍ରଚଳିତ ସୁଭଦ୍ରା ଯୋଜନାରେ ୫ ବର୍ଷ(୨୦୨୪-୨୯)ପାଇଁ ୫୫,୮୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ପ୍ରଦାନ କରାଯାଉଛି।
ସୂଚନାଯୋଗ୍ୟ ଆର୍ଥିକ ରୂପେ ଦୁର୍ବଳ ମହିଳାଙ୍କୁ ମାସିକ ପୈଠ ମାଧ୍ୟମରେ ସ୍ବାବଲମ୍ବୀ କରିବା ୟୁସିଟି ଯୋଜନାର ଉଦ୍ଦେଶ୍ୟ। ଅନେକ ରାଜ୍ୟ ଏହାକୁ ଏକ ମୁଖ୍ୟ କଲ୍ୟାଣକାରୀ ଯୋଜନା ରୂପେ ଲାଗୁ କରିଛନ୍ତି। ଏଥିରେ ବୟସ, ଆୟ ସୀମା ଓ ଅନ୍ୟାନ୍ୟ ମାନଦଣ୍ଡ ମାଧ୍ୟମରେ ହିତାଧିକାରୀ ମନୋନୟନ ହୋଇଥାନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories