ନୂଆଦିଲ୍ଳୀ : ପ୍ରବାସ ନୀତି ପରିବର୍ତ୍ତନରେ କାନାଡା ୭୪% ଭାରତୀୟ ଛାତ୍ରଙ୍କ ଭିସା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି । ସେହିପରି ଅନ୍ୟଦେଶରୁ ଆବେଦନ କରିଥିବା ଛାତ୍ରଙ୍କ ମଧ୍ୟରୁ ୪୦% ଛାତ୍ରଙ୍କ ଭିସା ଆବେଦନ ପ୍ରତ୍ୟାଖାନ କରିଛି କାନାଡ଼ା । କିନ୍ତୁ ଚୀନ୍ ଛାତ୍ରଙ୍କର ମାତ୍ର ୨୪% ପ୍ରତ୍ୟାଖ୍ୟାନ କରିଛି । ଯାହା ଭାରତୀୟ ଛାତ୍ରଙ୍କ ପ୍ରତି କାନାଡ଼ାର କଠୋରତାକୁ ସ୍ପଷ୍ଟ କରୁଛି । ୨୦୨୫ ଅଗଷ୍ଟରେ ୪୫୧୫ ଭାରତୀୟ ଛାତ୍ର ଭିସା ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ କେବଳ ୧୧୯୬ ଆବେଦନକୁ ମଞ୍ଜୁର କରିଥିଲା କାନାଡ଼ା । ୨୦୨୩ ଅଗଷ୍ଟରେ ଅନ୍ୟଦେଶ ତୁଳନାରେ ଏକ ଚତୁର୍ଥାଂଶରୁ ଅଧିକ ଭାରତୀୟ ଛାତ୍ରମାନେ ଭିସା ପାଇଁ ଆବେଦନ କରିଥିଲେ । ଅଗଷ୍ଟ ୨୦୨୩ରେ ୨୦୯୦୦ ଭାରତୀୟ ଛାତ୍ର କାନାଡ଼ା ଭିସା ପାଇଁ ଆବେଦନ କରିଥିଲେ । ଯାହା ଅଗଷ୍ଟ ୨୦୨୫ରେ ଦାଖଲ ହୋଇଥିବା ତୁଳନାରେ ଏକ ବିରାଟ ପାର୍ଥକ୍ୟ ଅଟେ । ଭାରତୀୟ ଛାତ୍ରମାନେ ସମସ୍ତ ଆନ୍ତର୍ଜାତୀୟ ଆବେଦନକାରୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶରୁ ଅଧିକ ଥିଲେ।
Popular Categories


