ସମାଜଲାଇଭ ଡେସ୍କ: ଭଦ୍ରକ ଜିଲା ଆଗରପଡ଼ା ଥାନା ଅଞ୍ଚଳରେ ଶନିବାର ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ଉଦ୍ୟମ କରାଯାଇଛି। ନାବାଳିକାଙ୍କ ବିରୋଧ ଯୋଗୁ ଅଭିଯୁକ୍ତ ତାଙ୍କୁ ଅସଦାରଣ କରିବାରେ ବିଫଳ ହେବାରୁ ସେ ପୀଡ଼ିତାଙ୍କୁ ପଛରରେ ଛେଚି ହତ୍ୟା ଉଦ୍ୟମ କରିଛି। ଏହି ଘଟଣା ଏବେ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଅଭିଯୁକ୍ତ ରାଜୁ ସୋରେନକୁ ଅଟକ ରଖି ପଚରାଉଚରା କରୁଛି।



