www.samajalive.in
Monday, December 8, 2025
27.1 C
Bhubaneswar

ଖୋଲିଲା କଳିଙ୍ଗା ଘାଟି, ବିଜ୍ଞପ୍ତି ଜାରି କଲେ ଜିଲାପାଳ

ଫୁଲବାଣୀ: ଭୂସ୍ଖଳନର ୪୬ ଦିନ ପରେ ଖୋଲିଛି କଳିଙ୍ଗା ଘାଟି ରାସ୍ତା। ଘାଟି ରାସ୍ତାରେ ଯାନବାହନ ଚଳାଚଳ ଆରମ୍ଭ ହୋଇଥିବାବେଳେ ଏ ନେଇ ଶନିବାର କନ୍ଧମାଳ ଜିଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ବର୍ତ୍ତମାନ ପାଇଁ କେବଳ ଦୁଇ ଚକିଆ ଏବଂ ହାଲୁକା ଚାରି ଚକିଆ ଯାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ବସ, ଟ୍ରକ ଏବଂ ଭାରିଯାନ ଚଳାଚଳ ଉପରେ ପ୍ରତିବନ୍ଧକ ରହିବ ବୋଲି ଜିଲା ପ୍ରଶାସନ ବିଜ୍ଞପ୍ତିରେ ସୂଚନା ଦେଇଛି।

ଘାଟିର କିଛି ସମ୍ବେଦନଶୀଳ ସ୍ଥାନରେ ଏବେ ବି ମରାମତି କାର୍ଯ୍ୟ ଚାଲୁ ରହିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଜଣାଇଛନ୍ତି। ଅପରପକ୍ଷେ, ମାତ୍ରାଧିକ ବର୍ଷା କିମ୍ବା ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହେଲେ ସମସ୍ତ ଯାତାୟାତ ବନ୍ଦ ରଖାଯିବ ବୋଲି ମଧ୍ୟ ପ୍ରଶାସନ ସୂଚନା ଦେଇଛି। ତେବେ ଘାଟି ଦେଇ ଯାତାୟାତ ସମୟରେ ଗତି ଉପରେ ନିୟନ୍ତ୍ରଣ ରଖିବା ଏବଂ ବର୍ଷା ତଥା କୁହୁଡି ସମୟରେ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

- Advertisement -

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୬ର ଭୂସ୍ଖଳନ ପରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ଏବଂ ରାସ୍ତା ଗମନାଗମନ ପାଇଁ ପ୍ରସ୍ତୁତ ଥିବା ନେଇ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଏହି ରିପୋର୍ଟ ଅନୁଧ୍ୟାନ କରିବା ପରେ ଘାଟି ରାସ୍ତା ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏଭଳି ପରିସ୍ଥିତି ଯୋଗୁ ଜିଲାବାସୀ ସମ୍ମୁଖୀନ ହୋଇଥିବା ଅସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଦୁଃଖ ପ୍ରକାଶ କରିବା ସହିତ ଯେ କୌଣସି ସମସ୍ୟା ପାଇଁ ସଜାଗ ଥିବା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories