www.samajalive.in
Sunday, December 7, 2025
26.1 C
Bhubaneswar

ହରିୟାଣାରେ ‘ଦୀନ ଦୟାଲ ଲାଡୋ ଲକ୍ଷ୍ମୀ ଯୋଜନା’, ମହିଳାଙ୍କ ଖାତାକୁ ଗଲା ୨୧୦୦ ଟଙ୍କା

ଚଣ୍ଡୀଗଡ, ୧ା୧୧: ହରିୟାଣା ସରକାର ମହିଳାଙ୍କ ସଶକ୍ତିକରଣ ଦିଗର ବଡ ପଦକ୍ଷେପ ଉଠାଇ ‘ଦୀନ ଦୟାନ ଲାଡୋ ଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୋନୀ ଶନିବାର ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୨୧୦୦ ଟଙ୍କା ପ୍ରତି ମାସିକର ପ୍ରଥମ କିସ୍ତି ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ୫,୨୨,୧୬୨ ମହିଳାଙ୍କ ଖାତାକୁ ୨୧୦୦ ଟଙ୍କା ରାଶି ପଠାଯାଇଛି। ଯେଉଁ ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ କମ୍ ସେହି ମହିଳାଙ୍କ ପାଇଁ ଏହି ଯୋଜନା ଲାଗୁ ହୋଇଛି। ଗରିବ ଓ ନିମ୍ନ ଆୟ ବର୍ଗର ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ସହ ଆତ୍ମନିର୍ଭରଶୀଳ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ୨୩ ବର୍ଷରୁ ଅଧିକ ବର୍ଷ ବୟସ୍କ ମହିଳାଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ୨୫ ସେପ୍ଟେମ୍ବରରୁ ୩୧ ଅକ୍ଟୋବର ମଧ୍ୟରେ ଅନଲାଇନ୍ ପଞ୍ଜୀକରଣ ଚାଲିଥିଲା ଯେଉଁଥିରେ ଏ ପର୍ଯ୍ୟନ୍ତ ୬,୯୭,୬୯୭ ମହିଳା ପଞ୍ଜିକୃତ ହୋଇଥିଲେ। ଏଥିରେ ୬,୫୧,୫୨୯ ବିବାହିତ ଏବଂ ୪୬,୧୬୮ ଅବିବାହିତ ମହିଳା ସାମିଲ ଅଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories