www.samajalive.in
Friday, December 5, 2025
16.1 C
Bhubaneswar

ହରିୟାଣାରେ ‘ଦୀନ ଦୟାଲ ଲାଡୋ ଲକ୍ଷ୍ମୀ ଯୋଜନା’, ମହିଳାଙ୍କ ଖାତାକୁ ଗଲା ୨୧୦୦ ଟଙ୍କା

ଚଣ୍ଡୀଗଡ, ୧ା୧୧: ହରିୟାଣା ସରକାର ମହିଳାଙ୍କ ସଶକ୍ତିକରଣ ଦିଗର ବଡ ପଦକ୍ଷେପ ଉଠାଇ ‘ଦୀନ ଦୟାନ ଲାଡୋ ଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୋନୀ ଶନିବାର ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୨୧୦୦ ଟଙ୍କା ପ୍ରତି ମାସିକର ପ୍ରଥମ କିସ୍ତି ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ୫,୨୨,୧୬୨ ମହିଳାଙ୍କ ଖାତାକୁ ୨୧୦୦ ଟଙ୍କା ରାଶି ପଠାଯାଇଛି। ଯେଉଁ ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ କମ୍ ସେହି ମହିଳାଙ୍କ ପାଇଁ ଏହି ଯୋଜନା ଲାଗୁ ହୋଇଛି। ଗରିବ ଓ ନିମ୍ନ ଆୟ ବର୍ଗର ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ସହ ଆତ୍ମନିର୍ଭରଶୀଳ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ୨୩ ବର୍ଷରୁ ଅଧିକ ବର୍ଷ ବୟସ୍କ ମହିଳାଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ୨୫ ସେପ୍ଟେମ୍ବରରୁ ୩୧ ଅକ୍ଟୋବର ମଧ୍ୟରେ ଅନଲାଇନ୍ ପଞ୍ଜୀକରଣ ଚାଲିଥିଲା ଯେଉଁଥିରେ ଏ ପର୍ଯ୍ୟନ୍ତ ୬,୯୭,୬୯୭ ମହିଳା ପଞ୍ଜିକୃତ ହୋଇଥିଲେ। ଏଥିରେ ୬,୫୧,୫୨୯ ବିବାହିତ ଏବଂ ୪୬,୧୬୮ ଅବିବାହିତ ମହିଳା ସାମିଲ ଅଛନ୍ତି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories