www.samajalive.in
Friday, December 5, 2025
23.1 C
Bhubaneswar

ବାସନ କାରଖାନାରେ ଅଗ୍ନିକାଣ୍ଡ, ଖସିପଡିଲା ଛାତ

ନୂଆଦିଲ୍ଲୀ, ୧ା୧୧: ଦିଲ୍ଲୀ ବଜିରପୁର ଶିଳ୍ପାଞ୍ଚଳରେ ଶନିବାର ଏକ ବାସନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀର ୯ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ବିହାର ଥାନା ଅଞ୍ଚଳରେ ଥିବା ଏହି କାରଖାନାରେ ଷ୍ଟିଲ୍ ଆଲୁମିନିୟମ୍ ବାସନ କୁସନ ପ୍ରସ୍ତୁତ ହୁଏ। ସ୍ଥାନୀୟଲୋକଙ୍କ ଅନୁସାରେ ଅଚାନକ କାରଖାନାରୁ ଧୁଆଁ ବାହାରୁଥିବା ନଜର ଆସିଥିଲା। ତୁରନ୍ତ ଦମକଳ ବିଭାଗକୁ ସୂଚନା ଦିଆଯାଇଥିଲା। ତେବେ ଧୀରେ ଧୀରେ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା। ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ କାରଖାନାର ଛାତର ଏକ ଅଂଶ ସମ୍ପୂର୍ଣ୍ଣ ଜଳି ଖସିପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲା। କାରଖାନାର କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories