www.samajalive.in
Friday, December 5, 2025
27.1 C
Bhubaneswar

ଟେନିସରୁ ଅବସର ନେଲେ ବୋପାନ୍ନା

ସମାଜ ଡିଜିଟାଲ ଡେସ୍କ: ଭାରତର ତାରକା ଟେନିସ ଖେଳାଳି ରୋହନ ବୋପାନ୍ନା ନିଜର ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭାବବିହ୍ବଳପୂର୍ଣ୍ଣ ପୋଷ୍ଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଫଳରେ ବୋପାନ୍ନାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଏକପ୍ରକାର ନିରାଶା ଦେଖିବାକୁ ମିଳିଛି।

ବୋପାନ୍ନା ନିଜ ପୋଷ୍ଟରେ ଲେଖିଛନ୍ତି, ‘ଏକ ବିଦାୟ, କିନ୍ତୁ ଶେଷ ନୁହେଁ। ଏଭଳି ସମୟରେ ବିଦାୟ ନେବା ବହୁତ କଷ୍ଟକର ହେଉଛି, ଯାହା ଆପଣଙ୍କ ଜୀବନକୁ ସାର୍ଥକ ବନାଇଥାଏ। ୨୦ ଅବିସ୍ମରଣୀୟ ବର୍ଷ ପରେ ଏବେ ସମୟ ଆସିଯାଇଛି। ଆନୁଷ୍ଠାନିକ ଭାବେ ସେ ଟେନିସରୁ ସନ୍ନ୍ୟାସ ଘୋଷଣା କରୁଛନ୍ତି। ଏହା ଲେଖିବା ସମୟରେ ମୋ ହୃଦୟ ଅତ୍ୟନ୍ତ ଭାରି ଲାଗୁଛି ଏବଂ ସମସ୍ତଙ୍କ ପ୍ରତି ଆଭାରୀ ମଧ୍ୟ। ଏସବୁ ଏକ ସ୍ଵପ୍ନ ଭଳି ଲାଗୁଛି ବୋଲି ସେ ଲେଖିଛନ୍ତି।’

- Advertisement -

୪୫ ବର୍ଷୀୟ ବୋପାନ୍ନା ଚଳିତବର୍ଷ ପ୍ୟାରିସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ଶେଷ ଥର ପାଇଁ ଖେଳିଥିଲେ। ଏହି ମ୍ୟାଚରେ ସେ ଆଲେକଜାଣ୍ଡର ବୁବ୍ଲିକଙ୍କ ସହିତ ମିଳିତ ଭାବେ ଖେଳିଥିଲେ। ଏହି ଯୋଡ଼ିକୁ ପିୟର୍ସ ଏବଂ ଜେମ୍ସ ଟ୍ରେସୀ ୫-୭, ୬-୨ ଏବଂ ୧୦-୮ରେ ପରାସ୍ତ କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories