ସମାଜ ଡିଜିଟାଲ ଡେସ୍କ: ମାଡି ଆସୁଛି ବାତ୍ୟା ମନ୍ଥା । ଆଜି ଅପରାହ୍ନରୁ ରାତି ୧୧ଟା ମଧ୍ୟରେ ଏହା କାକିନାଡର କୌଣସି ବି ସ୍ଥାନରେ ସ୍ଥଳଭାଗ ଛୁଇଁ ଅତିକ୍ରମ କରିବ । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଭାଇଜାକରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରୁ ଲୋକମାନେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଦ୍ରୁତ ଗତିରେ ପବନ ବହୁଥିବାରୁ କିଛି ସ୍ଥାନରେ ଗଛ ମଧ୍ୟ ଉପୁଡିଯାଇଛି ।
ବାତ୍ୟା ମୋନ୍ଥା ପ୍ରଭାବ..
Vizag ରେ ଭୀଷଣ ବର୍ଷା ସାଙ୍ଗକୁ ଝଟକା ପବନ… pic.twitter.com/grfc5VLlNB— Odisha Weatherman (@OdishaWeather7) October 28, 2025



