ସମାଜଲାଇଭ ଡେସ୍କ: ଜୋବ୍ରା ବ୍ୟାରେଜଠାରେ ମହାନଦୀକୁ ଡେଇଁ ପଡ଼ିଲେ ମହିଳା। ସୋମବାର ସନ୍ଧ୍ୟାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏ ନେଇ କଂଟ୍ରୋଲ ରୁମକୁ ସୂଚନା ମିଳିବା ପରେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ମାତ୍ର ସେତେବେଳକୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ମହିଳାଙ୍କୁ ଉଦ୍ଧାର କରିସାରିଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ଟିମ ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ମହିଳା ଜଣକ ହେଲେ କଟକ ବକ୍ସିବଜାର ବେପାରି ସାହିର ମାହେଶ୍ଵରୀ ପାଣ୍ଡେ(୩୬)। ସେ କ’ଣ ପାଇଁ ମହାନଦୀକୁ ଡେଇଁଲେ ତାହା ଜଣାପଡ଼ି ନାହିଁ।



