www.samajalive.in
Friday, December 5, 2025
27.1 C
Bhubaneswar

୧୨ ରାଜ୍ୟରେ ହେବ SIR ୨.୦: ଇସି

ସମାଜଲାଇଭ ଡେସ୍କ: ଦ୍ଵିତୀୟ ପର୍ଯ୍ୟାୟ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ ବା SIR 2.0 ଖୁବଶୀଘ୍ର ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ SIR(Special Intensive Revision) ଲାଗୁ କରାଯିବ। ପର୍ଯ୍ୟାୟକ୍ରମେ ସାରା ଦେଶରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।

ଇସି କହିଛନ୍ତି ଯେ, ଜାଲ ଭୋଟରଙ୍କୁ ଭୋଟର ତାଲିବାକୁ ବାଦ ଦେବା SIR ର ମୂଳ ଉଦ୍ଦେଶ୍ୟ। ବିହାରରେ ସଫଳତାର ସହିତ SIR କାର୍ଯ୍ୟକାରୀ ହୋଇଛି। ଏହି ପ୍ରକ୍ରିୟାରେ ବିହାରରେ ସାଢ଼େ ୭ କୋଟି ଭୋଟର ଭାଗ ନେବା ସ୍ଵାଗତଯୋଗ୍ୟ। ବିହାରରେ ଏହାର ସଫଳତା ପରେ ସାରା ଦେଶରେ SIR କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। SIR ଜରିଆରେ ଅଯୋଗ୍ୟ ଭୋଟରମାନଙ୍କର ନାମ କଟିବ। ନିର୍ବାଚନ ପ୍ରକ୍ରିୟାରେ ସ୍ଵଚ୍ଛତା ବୃଦ୍ଧି ପାଇବ।

- Advertisement -

ଯେଉଁ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ SIR କାର୍ଯ୍ୟକାରୀ କରାଯିବ ସେଗୁଡ଼ିକ ହେଲା ଆଣ୍ଡାମାନ ନିକୋବର, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲାକ୍ଷାଦ୍ଵୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories