www.samajalive.in
Friday, December 5, 2025
23.1 C
Bhubaneswar

ଓଡ଼ିଶାରେ ଦୁର୍ବଳ ଅବସ୍ଥାରେ ପହଞ୍ଚିବ ‘ମନ୍ଥା’: ଆଇଏମଡି

ସମାଜଲାଇଭ ଡେସ୍କ: ଧୀରେ ଧୀରେ ଉପକୂଳ ମୁହାଁ ହେଉଛି ବାତ୍ୟା ‘ମନ୍ଥା‘। ଆନ୍ଧ୍ରପ୍ରଦେଶର ମଛିଲିପତନମ-କଳିଙ୍ଗପତନମ ମଧ୍ୟବର୍ତ୍ତୀ ଅଞ୍ଚଳ କାକିନାଡା ନିକଟରେ ଏହା ସ୍ଥଳଭାଗ ଛୁଇଁବ। ତେବେ ଓଡ଼ିଶାରେ ବାତ୍ୟା ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯାଇଥିବ। ଭାରତ ପାଣିପାଗ ବିଭାଗ(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ‘ମନ୍ଥା’ ଭୀଷଣ ବାତ୍ୟା ରୂପରେ ଲ୍ୟାଣ୍ଡଫଲ କରିବ। କିନ୍ତୁ ଓଡ଼ିଶାରେ ପହଞ୍ଚିବା ସମୟରେ ଦୁର୍ବଳ ହୋଇଯିବ। ଓଡ଼ିଶାରେ ଦୁର୍ବଳ ହେଉଥିବାରୁ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ମଧ୍ୟରେ ରହିବ। ଦକ୍ଷିଣ ଓଡ଼ିଶା ଦେଇ ଏହା ଛତିଶଗଡ଼ ମୁହାଁ ହେବ। ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ। ବିଶେଷ କରି ୨୮ ତାରିଖ ରାତିରୁ ୨୯ ତାରିଖ ସକାଳ ଭିତରେ ବାତ୍ୟାର ପ୍ରଭାବ ବେଶୀ ହେବ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories