ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ହତ୍ୟାକାଣ୍ଡ । ସାନ ଭାଇ ସୁନୀଲ ମୁଣ୍ଡାକୁ କଚାଡ଼ି ମାରିଲା ବଡ଼ ଭାଇ । ସୁନୀଲର ଦେହ ଖରାପ ଥିବାରୁ ସେ ଘରେ ଶୋଇଥିଲା । କୌଣସି କାରଣ ବଶତଃ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବଡ଼ ଭାଇ କାଚାଡି ମାରିଥିଲା । ଖବର ପାଇ ସାଇ ପଡୋଶୀ ଉଦ୍ଧାର କରି ସ୍ଥାନୀଲ ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରୁ ଡାକ୍ତର ଭୀମସାରକୁ ରେଫର କରିଥିଲେ । ବାଟରେ ଯିବା ବାଟରେ ହିଁ ସୁନୀଲର ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ହତ୍ୟାକାରୀ ବଡ଼ ଭାଇ ଅନିଲ ଫେରାର ଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଏସଡିପିଓ ତୁଫାନ ବାଗ୍ ସୂଚନା ଦେଇଛନ୍ତି ।



