www.samajalive.in
Tuesday, December 9, 2025
16.1 C
Bhubaneswar

ବସ ଦୁର୍ଘଟଣା ୧୧ ଆହତ,୪ ଗୁରୁତର

 

ଭଦ୍ରକ : ୧୬ ନଂ ଜାତୀୟ ରାଜପଥ ଅସୁରା ପେଟ୍ରୋଲ ପମ୍ପ ନିକଟରେ ଡମ୍ପର ଓ ବସ ମୁହାଁମୁହିଁ ଧକ୍କାରେ ୪ ଗୁରୁତର ଓ ୧୧ ଆହତ ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡଲଫିନ ନାମକ ବସଟି ପୁରୀରୁ କଲିକତା ଅଭିମୁଖେ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଅସୁରା ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ଏକ ଡମ୍ପରକୁ ସାମନା ପଟୁ ଧକ୍କା ଦେଇଥିଲା । ଫଳରେ ବସର ସମ୍ମୁଖ ଅଂଶ ନଷ୍ଟ ହେବା ସହ ବସରେ ଥିବା ଯାତ୍ରୀ ଆହତ ହୋଇ ଭଦ୍ରକ ମେଡିକାଲରେ ଚି଼କିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଆହତ ଯାତ୍ରୀମାନେ ହେଲେ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳର । ପୁରୀରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସଟି କଲିକତା ଯାଉଥିଲା । ବିଳମ୍ବିତ ରାତିରେ ଡ୍ରାଇଭରର ଆଖି ଲାଗି ଯିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories