www.samajalive.in
Friday, December 5, 2025
23.1 C
Bhubaneswar

ଯୁଦ୍ଧ ବିରତି ସମୟ ଶେଷ, ଚିନ୍ତାରେ ଶେହବାଜ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଯୁଦ୍ଧ ବିରତି ସମୟ ଶୁକ୍ରବାର ସନ୍ଧ୍ୟା ୬ଟାରେ ଶେଷ ହେଉଛି। ଯୁଦ୍ଧ ବିରତି ଶେଷ ହେବା ପରେ ପୁଣି ଥରେ ଆକ୍ରମଣ ପ୍ରତିଆକ୍ରଣ ଆରମ୍ଭ ହୋଇଯିବାର ଆଶଙ୍କା ରହିଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ନିକଟରେ ଏକ ସାକ୍ଷାତକାରରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ସମାପ୍ତ ଲାଗି ମଧ୍ୟସ୍ଥତା ପାଇଁ ଅନୁରୋଧ କରିଥିଲେ। ଯେଉଁଥିରୁ ଶେହବାଜଙ୍କ ଚିନ୍ତା ସ୍ପଷ୍ଟ ବାରି ହୋଇପଡୁଛି।

ଶୁକ୍ରବାର ସନ୍ଧ୍ୟା ୬ଟାରେ ପାକ୍‌-ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ଶେ​‌ଷ ହେଉଛି। ଏହାକୁ ବୃଦ୍ଧି କରିବା ନେଇ ମଧ୍ୟ କୌଣସି ସୂଚନା ଆସିନାହିଁ। ଗତ ୧୫ ତାରିଖ ସନ୍ଧ୍ୟା ୬ଟାରୁ ଯୁଦ୍ଧ ବିରତି ଲାଗୁ ହୋଇଥିଲା। ଗତ ସପ୍ତାହରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର କାବୁଲରେ ତେହରିକ ଇ ତାଲିବାବ ପାକିସ୍ତାନ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ଏହାପରଠାରୁ ଦୁଇ ଦେଶ ମଧ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଯେଉଁଥିରେ ପାକିସ୍ତାନର ଶତାଧିକ ସୈନ୍ୟ ପ୍ରାଣ ହରାଇଛନ୍ତି।

- Advertisement -

ଅନ୍ୟପଟେ ଖାଇବର ପଖତୁନଖ୍ବାର ନୂଆ ମୁଖ୍ୟମନ୍ତ୍ରୀ ସୁହେଲ ଆଫ୍ରିଦି ପ୍ରଧାନମନ୍ତ୍ରୀ ଶେହବାଜଙ୍କ ଉଚ୍ଚସ୍ତରୀୟ ବୈଠକକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହି ବୈଠକ ଶୁକ୍ରବାର ଅନୁଷ୍ଠିତ ହେବାର ଥିଲା। କିନ୍ତୁ ସେ ଏଥିରେ ସାମିଲ ହେବେ ନାହିଁ ବୋଲି ସୁହେଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories