www.samajalive.in
Monday, December 8, 2025
27.1 C
Bhubaneswar

ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ୧୦ ବର୍ଷରେ ୧୭ ଗୁଣା ବଢିଛି

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ୧୦ ବର୍ଷ ମଧ୍ୟରେ ଅନେକ ରାଜନେତାଙ୍କ ସମ୍ପତ୍ତି କେତେଗୁଣା ବଢିଯାଇଛି। ଏହି କ୍ରମରେ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ବିଧାୟକ ମୁକ୍ତାର ଅନ୍ସାରୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତିରେ ସର୍ବାଧିକ ବୃଦ୍ଧି ଘଟିଛି। ଗଣତାନ୍ତ୍ରିକ ସଂଶୋଧନ ସଂଘ (ଏଡିଆର) ଏବଂ ଉତ୍ତରପ୍ରଦେଶ ନିର୍ବାଚନ ୱାଚ୍‍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁସାରେ ବିଜେପି, ଏସ୍‍ପି ଏବଂ କଂଗ୍ରେସର ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ୨୧%ରୁ ୪୨%ଙ୍କ ନାମରେ ଅପରାଧିକ ମାମଲା ରହିଛି। ୨୦୦୪ରୁ ୨୦୧୭ ମଧ୍ୟରେ ଉତ୍ତରପ୍ରଦେଶର ଦଳୀୟ ସାଂସଦ ଏବଂ ବିଧାୟକଙ୍କ ସମ୍ପତ୍ତିରେ ପ୍ରାୟ ୬ କୋଟି ଟଙ୍କାର ବୃଦ୍ଧି ଘଟିଛି। ସ୍ୱାଧୀନ ୩୧ ବିଧାୟକଙ୍କ ସମ୍ପତ୍ତିରେ ୭.୭୪ କୋଟି ଟଙ୍କାର ବୃଦ୍ଧି ଘଟିଛି। ୨୦୦୭ରେ ବିଏସ୍‍ପି ବିଧାୟକ ମୁକ୍ତାର ଅନ୍ସାରୀଙ୍କ ସମ୍ପତ୍ତି ମୂଲ୍ୟ ୮୨.୧୯ ଲକ୍ଷ ଟଙ୍କା ଥିଲା ବେଳେ ୨୦୧୭ରେ ଏହା ବୃଦ୍ଧି ପାଇ ୨୧.୮୮ କୋଟି ଟଙ୍କାରେ ପହଞ୍ଚିଥିଲା। ସେହିପରି ୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ସମ୍ପତ୍ତି ମୂଲ୍ୟ ୫୫.୩୮ କୋଟି ଟଙ୍କା ଘୋଷଣା କରିଥିଲେ। ୨୦୧୪ରେ ଏହା ବୃଦ୍ଧି ପାଇ ୯.୪୦ କୋଟି ଟଙ୍କାରେ ପହଞ୍ଚିଥିଲା। ଅର୍ଥାତ ୧୦ ବର୍ଷରେ ରାହୁଲଙ୍କ ସମ୍ପତ୍ତି ମୂଲ୍ୟ ୮.୮୪ କୋଟି ଟଙ୍କା (୧୭ ଗୁଣା) ବୃଦ୍ଧି ପାଇଛି। ରାୟବରେଲି ସାଂସଦ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମ୍ପତ୍ତିରେ ୮.୪୩ କୋଟି ଟଙ୍କାର ବୃଦ୍ଧି ଘଟିଛି। ଏସ୍‍ପି ନେତା ମୁଲାୟମ ସିଂ ଯାଦଙ୍କ ସମ୍ପତ୍ତି ୨୦୦୪ରେ ୧.୧୫ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୪ରେ ୧୫.୯୬ କୋଟି ଟଙ୍କାରେ ପହଞ୍ଚିଛି। ୧୦ ବର୍ଷରେ ମୁଲାୟମଙ୍କ ସମ୍ପତ୍ତି ୧୪ ଗୁଣା ବୃଦ୍ଧି ପାଇଛି। ବିଜେପି ନେତ୍ରୀ ତଥା କେନ୍ଦ୍ରୀୟ ମନ୍ତ୍ରୀ ମେନକା ଗାନ୍ଧୀଙ୍କ ସମ୍ପତ୍ତି ୧୦ ବର୍ଷ ମଧ୍ୟରେ ୧୦ କୋଟିରୁ ବୃଦ୍ଧି ପାଇ ୩୭ କୋଟି ଟଙ୍କାରେ ପହଞ୍ଚିଛି।
୨୦୧୪ ଲୋକସଭା ନିର୍ବାଚନରୁ ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ମୋଟ ୧୯,୯୭୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୪୩ ଜଣଙ୍କ ନାମରେ ଅପରାଧିକ ମାମଲା ଥିଲା। ସେଥିମଧ୍ୟରୁ ୨୩% ଅର୍ଥାତ ୩୨୮ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories