www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରଦ୍ଧାଙ୍କ ଜନ୍ମଦିନ ଅବସରରେ ରିଲିଜ୍‍ ହେଲା ‘ସାହୋ’ର ନୂଆ ଟିଜର

ନୂଆଦିଲ୍ଲୀ : ଶ୍ରଦ୍ଧା କପୁରଙ୍କ ୩୨ତମ ଜନ୍ମଦିନ ଅବସରରେ ରବିବାର ପ୍ରଭାସ-ଶ୍ରଦ୍ଧାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ର ଦ୍ୱିତୀୟ ଟିଜର ରିଲିଜ୍‍ ହୋଇଛି। ୧ ମିନିଟ୍‍ ୨ ସେକେଣ୍ଡର ଏହି ଟିଜରରେ ଶ୍ରଦ୍ଧା କପୁରଙ୍କ ଝଲକ୍‍ ଦେଖିବାକୁ ମିଳିଛି। ସାଧାରଣ ରୂପ ସହ ଶ୍ରଦ୍ଧାଙ୍କର ଆକ୍ସନ ଅବତାର ଏଥିରେ ନଜର ଆସିଛି। ଆଖିରେ କ୍ରୋଧ ଓ ହାତରେ ବନ୍ଧୁକ ଧରି ସେ ଖୁବ୍‍ ପ୍ରଭାବଶାଳୀ ଲାଗୁଛନ୍ତି। ଟିଜରରେ ପ୍ରଭାସଙ୍କ ଆକର୍ଷଣୀୟ ଆକ୍ସନ ସିନ୍‍ ମଧ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଚଳଚ୍ଚିତ୍ରକୁ ହିନ୍ଦୀ ଓ ତେଲୁଗୁ ଭାଷାରେ ସୁଟ୍‍ କରାଯାଉଛି ଓ ଏହା ଚଳିତ ବର୍ଷ ୧୫ ଅଗଷ୍ଟରେ ମୁକ୍ତିଲାଭ କରିବ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୩ ଅକ୍ଟୋବରରେ ପ୍ରଭାସଙ୍କ ୩୯ତମ ଜନ୍ମଦିନ ଅବସରରେ ମଧ୍ୟ ‘ସେଡ଼୍‍ସ ଅଫ୍‍ ସାହୋ’ ର ଏକ ଟିଜର ରିଲିଜ୍‍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ନୀଲ୍‍ ନିତିନ ମୁକେଶ, ଜ୍ୟାକି ଶ୍ରଫ୍‍, ମନ୍ଦିରା ବେଦୀ, ମହେଶ ମାଞ୍ଜରେକର୍‍ ଓ ଚଙ୍କୀ ପାଣ୍ଡେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଭାର ସୁଜିତ୍‍ ବହନ କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories