www.samajalive.in
Wednesday, December 10, 2025
26.1 C
Bhubaneswar

ଅଭିନନ୍ଦନଙ୍କୁ ନିର୍ଯାତନା ଦେଇଛି ପାକିସ୍ତାନ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଅଟାରୀ-ୱାଘା ସୀମା ଦେଇ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ସ୍ବଦେଶ ଫେରିଛନ୍ତି। ବର୍ତ୍ତମାନ ତାଙ୍କର ବିଭିନ୍ନ ଚିକିତ୍ସା ଯାଞ୍ଚ ଚାଲିଛି। ଶନିବାର ସେ ନିଜ ପରିବାର ସଦସ୍ୟ ଏବଂ ଭାରତୀୟ ବାୟୁସେନାର କେତେଜଣ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଏହି ଅବସରରେ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ପାକିସ୍ତାନରେ ତାଙ୍କୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିନନ୍ଦନ କହିଛନ୍ତି।

ଅମର ଉଜାଲାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଭିନନ୍ଦନ ବାୟୁସେନା ଅଧିକାରୀଙ୍କୁ ଭେଟିବା ଅବସରରେ କହିଛନ୍ତି ଯେ ତାଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ହେପାଜତରେ ରଖାଯାଇଥିଲା। ଆଇଏସଆଇ ଅଧିକାରୀମାନେ ତାଙ୍କୁ କୌଣସି ଶାରିରୀକ ନିର୍ଯାତନା ଦେଇ ନ ଥିଲେ ମଧ୍ୟ ମାନସିକ ସ୍ତରରେ ତାଙ୍କୁ ଅତ୍ୟନ୍ତ ଦୁର୍ବଳ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥିଲା।

- Advertisement -

ତାଙ୍କୁ ଭାରତ ପଠାଯିବାକୁ ହୋଇଥିବା ବିଳମ୍ବ ପଛରେ ମଧ୍ୟ ଆଇଏସଆଇର ଚକ୍ରାନ୍ତ ରହିଥିଲା। ଏହା ଜରିଆରେ ତାଙ୍କୁ ଏକ ପ୍ରକାର ମାନସିକ ଆଘାତ ମିଳୁଥିଲା। ଏହି ସମୟରେ ତାଙ୍କର ଏକ ଭିଡିଓ ପ୍ରସ୍ତୁତ କରାଯାଇ ବୟାନ ରେକର୍ଡ କରାଯାଇଥିଲା। ସେଥିରେ ତାଙ୍କୁ ପାକିସ୍ତାନ ସେନାର ପ୍ରଶଂସା କରିବା ସହ ଭାରତୀୟ ଗଣମାଧ୍ୟମକୁ ସମାଲୋଚନା କରିବାକୁ ଚାପ ପକାଯାଇଥିଲା।

ସୂତ୍ର ଅନୁସାରେ ଅଭିନନ୍ଦନଙ୍କୁ ଏବେ ଅଧିକ ଚିକିତ୍ସା ଆବଶ୍ୟକ ରହିଛି। କାରଣ ସେ ବିମାନରୁ ଡେଇଁପଡ଼ିଥିବାରୁ ତାଙ୍କ ଶରୀରରେ ଆଘାତ ଲାଗିଛି। ସ୍ଥାନୀୟ ଲୋକମାନେ ମଧ୍ୟ ତାଙ୍କୁ ମାରପିଟ କରିଛନ୍ତି। ଯଦିଓ ଶରୀରରେ​‌ କୌଣସି ଗମ୍ଭୀର ଆଘାତ ଲାଗିନାହିଁ, ତେବେ ସେ ବର୍ତ୍ତମାନ ବିମାନ ଉଡ଼ାଣ କରିପାରିବେ କି ନାହିଁ ତାହା ଡାକ୍ତର ହିଁ କହିପାରିବେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories