www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପିରେ ସାମିଲ ହେଲେ କଣ୍ଠଶିଳ୍ପୀ ମୈଥିଲି ଠାକୁର

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ନୂଆ ଚେହେରା ସାମିଲ ହେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମଙ୍ଗଳବାର କଣ୍ଠଶିଳ୍ପୀ ତଥା ଲୋକଗାୟିକା ମୈଥିଲି ଠାକୁର ପଦ୍ମ ଧରିଛନ୍ତି। ଦଳରେ ଯୋଗଦେବା ପରେ ତାଙ୍କୁ ଦରଭଙ୍ଗାର ଅଲିନଗର ଆସନରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି। ଅଲିନଗର ଆସନରେ ବର୍ତ୍ତମାନ ମିଶ୍ରୀଲାଲ ଯାଦବ ବିଧାୟକ ଅଛନ୍ତି। ତାଙ୍କ ଟିକେଟ କଟିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହି ଆସନରେ ଦଳ ଲୋକପ୍ରିୟ ଏବଂ ଯୁବ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଚାହୁଁଥିବାରୁ ମୈଥିଲି ଏଥିପାଇଁ ଯୋଗ୍ୟ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ବିହାରର ମୋଟ ୨୪୩ ଆସନ ମଧ୍ୟରୁ ବିଜେପି ୧୦୧ ଆସନରେ ପ୍ରାର୍ଥୀ ଦେବ। ଆସନ ଭାଗବଣ୍ଟା ବୁଝାମଣାରେ ଏହା ସ୍ଥିର ହୋଇଛି। ତେବେ ୧୦୧ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ୭୧ ଆସନରେ ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ପକ୍ଷରୁ ୧୦ ଜଣ ବିଦାୟକଙ୍କ ନାଁ କଟାଯାଇଛି। ସେମାନଙ୍କ ମଧ୍ୟରେ ୫ ମନ୍ତ୍ରୀ ରହିଛନ୍ତି। ଏହା ସହିତ ପ୍ରଥମ ପର୍ଯ୍ୟାୟ ତାଲିକାରୁ ବାଚସ୍ପତି ମଧ୍ୟ ବାଦ ପଡ଼ିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories