www.samajalive.in
Monday, December 8, 2025
20.1 C
Bhubaneswar

୧୮ରେ ମୁକ୍ତିଲାଭ କରିବ ‘ବାସ୍ତବ’: ବଲିଉଡର ତୁଷାର ବେଦୀଙ୍କ ସହ ନଜର ଆସିବେ ଓଲିଉଡର ଅଙ୍କିତା

ସମାଜ ଡିଜିଟାଲ ଡେସ୍କ: ବନସ୍ୱର୍ଣ୍ଣ ଟେଲିଭିଜନ ଦ୍ୱାରା ପ୍ରଯୋଜିତ ତଥା ଏଲଟି ପ୍ରଡ଼କସନ ସହଭାଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “ବାସ୍ତବ”ର ସମସ୍ତ ସୁଟିଂ ଶେଷ ହେବା ପରେ ଏହାର ମୁକ୍ତିଲାଭ ତାରିଖ ଘୋଷଣା ହୋଇଛି l ଆସନ୍ତା ୧୮ ଅକ୍ଟୋବରରେ ବାସ୍ତବ ଚଳଚ୍ଚିତ୍ର ମୁକ୍ତିଲାଭ କରିବ।

ବାସ୍ତବ ଏକ ସସ୍ପେନ୍ସ, ଥ୍ରୀଲର ତଥା ପାରିବାରିକ କାହାଣୀ ଆଧାରିତ ଚଳଚ୍ଚିତ୍ର। ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ। ସଂଳାପ ରଚନା କରିଛନ୍ତି ସଞ୍ଜୟ ମହାକୁଳ। ସହ ପ୍ରଯୋଜନା କରିଛନ୍ତି ନିବେଦିତା ପଟ୍ଟନାୟକ l ଅରୁଣ ମନ୍ତ୍ରୀ, ନିହାର ପ୍ରିୟାଶିଷ ଏବଂ ବିକୁ ବାବୁ ରଚନା କରିଥିବା ଗୀତଗୁଡିକର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ l ମୋଣ୍ଟାଜ ଗୀତ ଜ୍ଞାନ ବେହେରା କରିଛନ୍ତି l ହ୍ୟୁମାନ ସାଗର ଏବଂ ଅନ୍ତରୀକ୍ଷା ନାୟକ କଣ୍ଠଦାନ କରିଛନ୍ତି l ସମସ୍ତ ଗୀତର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ l କାହ୍ନୁ ନନ୍ଦ ଶୁଭମ ଚିତ୍ରତ୍ତୋଳନ ଦାୟିତ୍ୱ ତୁଲାଇଛନ୍ତି ଏବଂ ପିଣ୍ଟୁ ନାୟକ ସମ୍ପାଦନା କରିଛନ୍ତି l ଫାଇଟ୍ ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ବଳ। ଏହି ଚଳଚ୍ଚିତ୍ରରେ ବଲିଉଡର ତୁଷାର ବେଦୀଙ୍କ ସହ ନଜର ଆସିବେ ଓଲିଉଡର ଅଙ୍କିତା ଦାଶ। ଏହାବ୍ୟତୀତ ରବି ମିଶ୍ର, ଅଭିଜିତ ଦାଶ, ଭୂପତି ତ୍ରିପାଠୀ, ପ୍ରଭାତୀ ସାହୁ, ଅଭିଷେକ, ଲୁଲୁ ଆଚାର୍ଯ୍ୟ, ମଧୁସ୍ମିତା, ଅମର, ମିଟୁ ମିଥୁନ, ସୋନାଲି, ବିଜୟ, ଆକାଶ, ପୂଜା, ସ୍ମିତା, ମନୋଜ ସାହୁ, ଶକ୍ତି ଏବଂ ସୂର୍ଯ୍ୟ ଭଳି ଅନେକ କଳାକାର ବାସ୍ତବ ଚଳଚ୍ଚିତ୍ରରେ ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି। ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ଓ ମିଡିଆ ପ୍ଲାନର ଅଛନ୍ତି‌ ପ୍ରଣୟ ଜେଠୀ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories