www.samajalive.in
Friday, December 5, 2025
27.1 C
Bhubaneswar

ଓଡିଶାର ଛବିକୁ ମଳିନ ପାଇଁ ଉଦ୍ଦେଶ୍ୟ ପ୍ରଣୋଦିତ ଉଦ୍ୟମ, ମୁଖ୍ୟମନ୍ତ୍ରୀଙ୍କ ଆଇନ ଶୃଙ୍ଖଳା ସମୀକ୍ଷା

ପୋଲିସ ଚାକିରିରେ ଦୁର୍ନୀତି, କଟକ ଅଶାନ୍ତ ଘଟଣା, ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ମାମଲା ପରେ ହଠାତ୍ ସଜାଗ ହୋଇ ଉଠିଛନ୍ତି ରାଜ୍ୟ ସରକାର । ଯେଉଁ ପାର୍ବଣ ସମୟ ଲୋକଙ୍କୁ ଆମୋଦ ପ୍ରଦାନ କରିଥାନ୍ତା, ତାହାଲେ ଡରାଉଛି । ଏପରି ପରିସ୍ଥିତି ଦେଖିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି  ଓଡ଼ିଶା ଶାନ୍ତିପୂର୍ଣ୍ଣ ରାଜ୍ୟଭାବେ ପରିଚିତ । କିନ୍ତୁ ଓଡିଶାର ଛବିକୁ ମଳିନ କରିବା ପାଇଁ କିଛି ଉଦ୍ଦେଶ୍ୟ ପ୍ରଣୋଦିତ ଗୋଷ୍ଠୀ ଉଦ୍ୟମ କରୁଛନ୍ତି । ସେମାନଙ୍କୁ ଦୃଢହସ୍ତରେ ଦମନ କରିବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହୁଥିବା ଅସାମାଜିକ ବ୍ୟକ୍ତି, ବିଶୃଙ୍ଖଳାକାରୀ ତଥା ସଂଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡା ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

କଟକ ଘଟଣାରେ ପରିସ୍ଥିତି ସ୍ୱଭାବିକ ହେଉଛି । ପରିସ୍ଥିତି ସାମାନ୍ୟ ହେଲେ ମଧ୍ୟ ପୋଲିସକୁ ସତର୍କ ରହିବାକୁ ପଡିବ । କୌଣସି ପରିସ୍ଥିତିରେ କୋହଳ ମନୋଭାବ ପୋଷଣ କରିବା ଉଚିତ୍ ନୁହେଁ। ବର୍ତ୍ତମାନ ପରିସ୍ଥିତିରେ ସବୁ ସମ୍ବେଦିନଶୀଳ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ସହିତ ପାଟ୍ରୋଲିଙ୍ଗ୍ ଜାରି ରଖାଯାଉ । ଭାଇଚାରାର ସହରରେ ଯେପରି ସାମାଜିକ ସଦ୍‍ଭାବ ଫେରି ଆସିବ ସେଥିପାଇଁ ବିଭିନ୍ନ ଗୋଷ୍ଠୀର ନେତୃବୃନ୍ଦଙ୍କ ସହିତ ପୋଲିସ ଉଚ୍ଚ ପଦାଧିକାରୀମାନେ ଆଲୋଚନା ଜାରି ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।

- Advertisement -

ସେହିପରି ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପିତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏତିରେ ସଂପୃକ୍ତ ହତ୍ୟାକାରୀମାନଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ସଂପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଥିବା ସହ କିପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ, ସେଥିପ୍ରତି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories