ଗୁଣପୁର – ଭିଣେଇର ଗୁଳି ମାଡରେ ଶଳାର ମୃତ୍ୟୁ । ଆନ୍ଧ୍ର ଓ ଓଡିଶା ସୀମାନ୍ତ ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ଶିକ୍ଲା ପାହାଡ ଉପରେ ଏହି ହତ୍ୟାକାଣ୍ଡ ଘଟିଛି ।ମୃତକ ଜଣକ ହେଲେ ଆନ୍ଧ୍ର ପାର୍ବତୀପୁର ମାନ୍ୟଂ ଜିଲ୍ଲା ଗୁମା ଲକ୍ଷ୍ମୀପୁର ମଣ୍ଡଳ ଅଣ୍ଡୁରବାଙ୍ଗ ଗ୍ରାମ ର ପୁଭେଲା ପାରାୟା (୫୫) । କେଉଁ କାରଣ ରୁ ହତ୍ୟା ହୋଇଛି ତାର କାରଣ ଅସ୍ପଷ୍ଟ ରହିଛି ।
ହତ୍ୟାକାଣ୍ଡ ଖବର ପାଇ ରାମନାଗୁଡ଼ା ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି। ହତ୍ୟାରେ ବ୍ୟବହୃତ ହୋଇଥିବା ଦେଶୀ ବନ୍ଧୁକ ଓ ଗୁଳି ଜବତ ହୋଇପାରିନି। ମୃତ ବ୍ୟକ୍ତି ଙ୍କ ଗାଲରେ ଗୁଳି ବାଜି ବେକ ପଟରୁ ବାହାରିଥିବା ପୁଲିସ ସୁତ୍ରରୁ ଜଣାପଡିଛି। ଶବକୁ ପୁଲିସ ଜବତ କରି ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଶବ ବ୍ୟବଛେଦ କରିବା ପରେ ମୃତକ ର ପରିବାରକୁ ହସ୍ତାନ୍ତର କରାଯାଇଛି।
ମୃତ ବ୍ୟକ୍ତି ଓ ତାଙ୍କ ସଂମ୍ପର୍କୀୟ ଦୁଇଟି ପରିବାର ଅନେନ ଦିନ ଧରି ଆନ୍ଧ୍ରରୁ ଆସି ପାହାଡ ଉପରେ ରହି ଜଙ୍ଗଲି ଚାଷ କରି ବଞ୍ଚୁଥିଲେ। ତେବେ କେଉଁ କାରଣରୁ ଶଳାକୁ ଭିଣେଇ ହତ୍ୟା କଲା ତାହା ଜଣାପଡି ନାହିଁ ।



