www.samajalive.in
Tuesday, December 9, 2025
26.1 C
Bhubaneswar

ନିର୍ମାଣ ଜ୍ଞାନକୌଣଳ ଭାରତ-୨୦୧୯ ପ୍ରଦର୍ଶନୀ ଓ ସମ୍ମିଳନୀକୁ ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରର ଏନଡିଏ ସରକାର ଗତ ସାଢ଼େ ୪ବର୍ଷ ମଧ୍ୟରେ ଏକକୋଟି ୩୦ଲକ୍ଷ ଗୃହ ନିର୍ମାଣ କରିଥିବା ବେଳେ ପୂର୍ବର ଉପା ସରକାର ନିଜ କାର୍ଯ୍ୟକାଳ ମଧ୍ୟରେ ମାତ୍ର ୨୫ଲକ୍ଷ ଘର ନିର୍ମାଣ କରିଥିଲେ। ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ନିର୍ମାଣ ଜ୍ଞାନକୌଣଳ ଭାରତ-୨୦୧୯ ପ୍ରଦର୍ଶନୀ ଓ ସମ୍ମିଳନୀକୁ ଉଦ୍‍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସମାଲୋଚନା କରି ଏହା କହିଛନ୍ତି। ସେ କହିଛନ୍ତି, ନିର୍ମାଣ କରାଯାଉଥିବା ଘରର ମାନ ଏବଂ ଘର ପାଇଁ ପର୍ଯ୍ୟାପ୍ତ ସ୍ଥାନ ରଖିବାକୁ ଏନ୍‍ଡିଏ ସରକାରଙ୍କ ଶାସନ କାଳରେ ଗୁରୁତ୍ୱପ୍ରଦାନ କରାଯାଇଛି ଏବଂ ନିର୍ମାଣ କରାଯାଉଥିବା ଘରକୁ ପାନୀୟଜଳ ବ୍ୟବସ୍ଥା, ବିଜୁଳି, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‍ ସଂଯୋଗ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭାରତରେ ସହରୀକରଣର ଦ୍ରୁତ ବୃଦ୍ଧି ଘଟୁଥିବାରୁ ନୂତନ ଆବାସ ନିର୍ମାଣର ଆବଶ୍ୟକତା ବୃଦ୍ଧି ପାଉଥିବାରୁ ୨୦୨୨ ମସିହା ସୁଦ୍ଧା ଦେଶର ସମସ୍ତଙ୍କୁ ସୁଲଭ ବାସଗୃହ ଉପଲବ୍ଧ କରାଇବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି।

ନିର୍ମାଣ ଜ୍ଞାନକୌଣଳ ଭାରତ-୨୦୧୯ ପ୍ରଦର୍ଶନୀ ଓ ସମ୍ମିଳନୀ ସମ୍ପର୍କରେ ମତଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମ୍ମିଳନୀ ମାଧ୍ୟମରେ ଗୃହ ନିର୍ମାଣର ନୂତନ ଜ୍ଞାନକୌଶଳ ପ୍ରଦର୍ଶନ କରାଯିବ। ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରଯୁକ୍ତିବିଦ୍ୟ ପ୍ରଦାନକାରୀ, ଗବେଷକ, ଷ୍ଟାର୍ଟ-ଅପ୍‍ ପ୍ରସ୍ତୁତକାରୀ, ଶିକ୍ଷା ସଂସ୍ଥାନ ଏବଂ ସରକାରୀ କ୍ଷେତ୍ରର ସଂସ୍ଥାଗୁଡ଼ିକ ଏହି ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେଇଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories