www.samajalive.in
Friday, December 5, 2025
27.1 C
Bhubaneswar

ରାଜଧାନୀରୁ ଦୁଇ ଠକ ଗିରଫ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ଦୁଇ ଜଣ ଠକଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ସେମାନେ ହେଲେ ରିଙ୍କୁ ସାଇନି ଏବଂ ମନିନ୍ଦର ସିଂହ। ଉଭୟଙ୍କ ଘର ହରିୟାଣାରେ। ଭୁବନେଶ୍ଵରର ମୈତ୍ରୀବିହାର ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି।

ରିଙ୍କୁ ନିଜକୁ ସାମାଜିକ ନ୍ୟାୟ ଏବଂ ମହିଳା ସଶକ୍ତୀକରଣ ଆୟୋଗଙ୍କ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ। ମନିନ୍ଦର ନିଜକୁ ରିଙ୍କୁଙ୍କ ବ୍ୟକ୍ତିଗତ ସହାୟକ ପରିଚୟ ଦେଇ ଠକେଇରେ ସାମିଲ ଥିଲେ। ଏପରି କି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟରେ କମିଶନ ଭାବେ କାର୍ଯ୍ୟ କରୁଥିବା ନେଇ ନକଲି ପରିଚୟ ପତ୍ର ପ୍ରସ୍ତୁତ କରିଥିଲେ। କମିଶନରେଟ ପୁଲିସ ଏ ନେଇ ମନ୍ତ୍ରଣାଳୟ ସହ ଯୋଗାଯୋଗ କରିବା ପରେ ସତ୍ୟାସତ୍ୟ ପଦାକୁ ଆସିଥିଲା। ଏହା ସହିତ ହରିୟାଣା ପୁଲିସ ସହିତ ମଧ୍ୟ ଯୋଗାଯୋଗ କରାଯାଇଥିଲା ବୋଲି ପୁଲିସ କମିଶସନର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ଏମାନଙ୍କ ଦ୍ଵାରା ଠକାମୀର ଶିକାର ହୋଇଛନ୍ତି, ତେବେ ସେମାନେ ଥାନାରେ ଜଣାଇବାକୁ କମିଶନର କହିଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories