www.samajalive.in
Monday, December 8, 2025
20.1 C
Bhubaneswar

ବାଲିଯାତ୍ରା ପାଇଁ ୧୩ରୁ ଆରମ୍ଭ ହେବ ପ୍ଲଟ ନିଲାମୀ ପ୍ରକ୍ରିୟା

କଟକ ଅଫିସ: ଐତିହାସିକ କଟକ ବାଲିଯାତ୍ରା-୨୦୨୫ରେ ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି। ଏହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ୧୩ ତାରିଖର ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ ​ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଉଭୟ ଅନଲାଇନ ଏବଂ ଅଫଲାଇନ ଜରିଆରେ ପଞ୍ଜିକରଣ କରାଯାଉଛି। ବାରବାଟୀ ପ୍ୟାଲେସଠାରେ ଦୈନିକ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୫ଟା ୩୦ ମିନିଟ ମଧ୍ୟରେ ଫର୍ମ ଦାଖଲ ଓ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିଛି। ଗତ ୨୬ ତାରିଖଠାରୁ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।  ଏହା ପରେ ଆସନ୍ତା ୧୩ ତାରିଖରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଅର୍ଥାତ ଶନିବାର ସୁଦ୍ଧା ୧୫୦ରୁ ଅଧିକ ପ୍ଲଟ ପାଇଁ ପଞ୍ଜିକରଣ କରାଯାଇଛି। ଅନଲାଇନ ମାଧ୍ୟମରେ ପଞ୍ଜିକରଣ ପାଇଁ ଇଚ୍ଛୁକ ବ୍ୟକ୍ତି www.baliyatra.net ୱେବସାଇଟକୁ ଯାଇ ପଞ୍ଜିକରଣ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories