www.samajalive.in
Tuesday, December 9, 2025
16.1 C
Bhubaneswar

ବଡ ନିର୍ଦେଶ ଦେଲେ ପୁଟିନ୍‍: ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତି ସହିବାକୁ ଦେବନାହିଁ ରୁଷ

ସମାଜ ଡିଜିଟାଲ ଡେସ୍କ: ଭାରତ ଉପରେ ଚାପ ପକାଇବା ପାଇଁ ଆମେରିକା ୫୦ପ୍ରତିଶତ ଶୁଳ୍କ ଲାଗୁ କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଭାବିଥିଲେ ଯେ ଏହା ଭାରତ-ରୁଷ ବନ୍ଧୁତାକୁ ଭାଙ୍ଗିଦେବ । ଶୁଳ୍କ ଚାପରେ ଭାରତ ରୁଷଠାରୁ ଆଉ ତେଲ କିଣିବା ବନ୍ଦ କରିଦେବ । ଫଳରେ ଏହା ରୁଷକୁ ମଧ୍ୟ ଦୁର୍ବଳ କରିବ । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟ ଶେଷ ହୋଇଯିବ । କିନ୍ତୁ ଭାରତ ରୁଷ ବନ୍ଧୁତା ଟ୍ରମ୍ପଙ୍କ ଆଶାକୁ ମଉଳାଇ ଦେଇଛି । ହଁ ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଏବେ ବିପରୀତ ପ୍ରଭାବ ପକାଉଛି । ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଆହୁରି ମଜବୁତ କରିଛି । ଏହି କାରଣରୁ ରୁଷ ତା’ର ବନ୍ଧୁ ଭାରତକୁ ଶୁଳ୍କ ଯୋଗୁଁ ଅଧିକ କ୍ଷତି ସହିବାକୁ ଦେବନାହିଁ । ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ହୋଇଥିବା କ୍ଷତି ପାଇଁ ରୁଷ ନିଜେ ଭାରତକୁ କ୍ଷତିପୂରଣ ଦେବ । ଏନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ନିର୍ଦେଶ ଦେଇଛନ୍ତି ।
ଅତ୍ୟଧିକ ଅଶୋଧିତ ତୈଳ ଆମଦାନୀ ଯୋଗୁଁ ଭାରତ ସହିତ ଭାଣିଜ୍ୟ ଅସନ୍ତୁଳନ ହାସ କରିବା ପାଇଁ ପଦକ୍ଷେପ ନେବାକୁ ଗୁରୁବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ କୃଷ୍ଣସାଗର ରିସର୍ଟରେ ଭାରତ ସମେତ ୧୪୦ଟି ଦେଶର ସୁରକ୍ଷା ଏବଂ ଭୂ-ରାଜନୈତିକ ବିଶେଷଜ୍ଞଙ୍କ ଆନ୍ତର୍ଜାତୀୟ ମଞ୍ଚରେ ଭାଷଣ ଦେଇ ପୁଟିନ କହିଛନ୍ତି ରୁଷ ଏବଂ ଭାରତ ମଧ୍ୟରେ କେବେ କୌଣସି ସମସ୍ୟା କିମ୍ବା ଉତ୍ତେଜନା ସୃଷ୍ଟି ହୋଇନାହିଁ । ସେ ସର୍ବଦା ସେମାନଙ୍କର ସମ୍ବେଦନଶୀଳତାକୁ ଧ୍ୟାନରେ ରଖି ପଦକ୍ଷେପ ନେଇଛନ୍ତି । ପୁଟିନ ମୋଦୀଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀଙ୍କ ନେତୃତ୍ୱାଧୀନ ଭାରତର ଜାତୀୟତାବାଦୀ ସରକାରଙ୍କୁ ପୁଟିନ ପ୍ରଶଂସା କରିବା ସହ ମୋଦୀଙ୍କ ଜଣେ ସନ୍ତୁଳିତ, ବୃଦ୍ଧିମାନ ଏବଂ ଜାତୀୟତାବାଦୀ ନେତା ବୋଲି ବର୍ଣ୍ଣନା କରିଛନ୍ତି ।
ବିଶେଷକରି ରୁଷରୁ ତୈଳ ଆମଦାନୀ ବନ୍ଦ କରିବା ପାଇଁ ଆମେରିକାର ଚାପକୁ ଅଣଦେଖା କରିବା ପାଇଁ ଭାରତର ନିଷ୍ପତ୍ତି ସମ୍ପର୍କରେ ଭାରତରେ ସମସ୍ତେ ଏହା ଭଲ ଭାବରେ ଜାଣନ୍ତି ବୋଲି ପୁଟିନ କହିଛନ୍ତି । ‘ଆମେରିକାର ଶୁଳ୍କ ଯୋଗୁଁ ଭାରତ ଯେଉଁ କ୍ଷତି ସହୁଛି ତାହା ରୁଷରୁ ଅଶୋଧିତ ତୈଳ ଆମଦାନୀ କରି କ୍ଷତିପୂରଣ ଦିଆଯିବ । ଏହା ଭାରତକୁ ଏକ ସାର୍ବଭୌମ ରାଷ୍ଟ୍ର ଭାବରେ ମଧ୍ୟ ପ୍ରତିଷ୍ଠା କରିବ । ବାଣିଜ୍ୟ ଅସନ୍ତୁଳନକୁ ଦୂର କରିବା ପାଇଁ ରୁଷ ଭାରତରୁ ଅଧିକ କୃଷି ଉତ୍ପାଦ ଏବଂ ଔଷଧ କିଣିପାରିବ । ଔଷଧ ଉତ୍ପାଦ ଏବଂ ଔଷଧ ପାଇଁ ଆମ ପକ୍ଷରୁ କିଛି ପଦକ୍ଷେପ ନିଆଯାଇପାରିବ ବୋଲି ପୁଟିନ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories