www.samajalive.in
Monday, December 8, 2025
20.1 C
Bhubaneswar

ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚ୍‍: ଟସ୍‍ ଜିତି ବ୍ୟାଟିଂ କରୁଛି ୱେଷ୍ଟଇଣ୍ଡିଜ

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍‍ ମଧ୍ୟରେ ଦୁଇ ଟିକିଆ ଟେଷ୍ଟ ସରିଜ୍‍ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ୍‍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । ଆଜିର ମ୍ୟାଚରେ ୱେଷ୍ଟଇଣ୍ଡିଜ୍‍ ଟସ୍‍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଜାରି ରଖିଛି ୱେଷ୍ଟଇଣ୍ଡିଜ୍‍ । ଦଳ ୧୩ଓଭରରେ ୪ଟି ୱିକେଟ ହରାଇ ୫୦ରନ ଅତିକ୍ରମ କରିଛି । ଏହି ଟେଷ୍ଟ ସରିଜି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‍ ପାଇଁ ପଏଣ୍ଟ ପ୍ରଦାନ କରିବ । ଇଂଲଣ୍ଡରେ ଟେଷ୍ଟ ସିରିଜ୍‍ ୨-୨ରେ ଡ୍ର ହେବା ପରେ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ତୃତୀୟ ସ୍ଥାନରେ ରହିଛି ।

ତେବେ ୱେଷ୍ଟଇଣ୍ଡିଜ୍‍ ୩୧ବର୍ଷ ଧରି ଭାରତରେ କୌଣସି ଟେଷ୍ଟ ମ୍ୟାଚ୍‍ ଜିତିନାହିଁ । ଦଳ ଶେଷ ଥର ପାଇଁ ୧୯୯୪ ମସିହାରେ ମୋହାଲିରେ ଟେଷ୍ଟ ମ୍ୟାଚ୍‍ ଜିତିଥିଲା । ଭାରତରେ ୱେଷ୍ଟଇଣ୍ଡିଜ୍‍ ୧୯୮୩ରେ ଶେଷ ଟେଷ୍ଟ ସିରିଜ୍‍ ଜିତିଥିଲା ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories