www.samajalive.in
Monday, December 8, 2025
27.1 C
Bhubaneswar

ଦାବିପୁରଣ ପାଇଁ ସରପଞ୍ଚ ଓ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ଗ୍ରାମ ଡୁମ୍ବୁରିସାହିର ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ମହିଳା ମାନଙ୍କର ଦାବିପୁରଣ ସକାଶେ ଏକ ଦାବିପତ୍ର ତୁରୁମୁଙ୍ଗା ବିଧାୟକଙ୍କ ଅଭିଯୋଗ ଶିବିରରେ ପ୍ରଦାନ କରାଯାଇଛି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ନୂତନ ସରକାର ଗଠନ ହେବାର ଏକ ବର୍ଷ ୬ ମାସ ପୁରଣ କରିଥିବା ବେଳେ ସାହିବାସୀ ମାନଙ୍କର ମୌଳିକ ଦାବି ‘ଲକ୍ଷ୍ମୀପୂଜା ମଣ୍ଡପ, ଓ ଦୈନିକ ଯିବା ଆସିବା ପାଇଁ ସାହିକୁ ରାସ୍ତା ସମ୍ପୁର୍ଣ୍ଣ ଅଣଦେଖା କରାଯାଇଛି। ବିଗତ ୨୪ ବର୍ଷ ବିଜେଡି ସରକାର ସମୟରେ ବିଜେଡି ନେତା ମାନେ ମହିଳା ମାନଙ୍କ ବିଷୟ ବିଚାରକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଡୁମ୍ବୁରିସାହିର ମହିଳା ମାନଙ୍କୁ ଅଣଦେଖା କରାଯାଇଛି। ଏନେଇ ବୁଧବାର ଦିନ ବିଜେପି ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ କେନ୍ଦେଇପଶି ସରପଞ୍ଚ ମିନାକ୍ଷୀ ନାଏକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ବିଧାୟକ ତୁରନ୍ତ ଡୁମ୍ବୁରୀ ସାହିକୁ ଦୈନିକ ଯିବା ଆସିବା ପାଇଁ କଂକ୍ରିଟ ରାସ୍ତା ଓ ଲକ୍ଷ୍ମୀପୂଜା ମଣ୍ଡପ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ କମିଟିର ମହିଳା ସଭାପତି ଗୀତାଞ୍ଜଳି ମହାନ୍ତ, ସମ୍ପାଦକ ଡାଳିମ୍ବ ମହାନ୍ତ, ସହ ସମ୍ପାଦକ ଦ୍ରୌପଦୀ ମହାନ୍ତ, ସୁଷମା ବାରିକ, ଜାନକୀ ମହାନ୍ତ, କାଞ୍ଚନ ମହାନ୍ତ, ମଞ୍ଜରୀ ଦାସ, ବଉଳ ମହାନ୍ତ, ନୃପତି ମହାନ୍ତ, ସୁମିତ୍ରା ମହାନ୍ତ, ନଳିନୀ ମହାନ୍ତ, ମମତା ମଞ୍ଜରୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories