www.samajalive.in
Monday, December 8, 2025
17.1 C
Bhubaneswar

ରାଗରେ ଲାଲ ପାକିସ୍ତାନ ଅଧିନାୟକ: ସର୍ବ ସମ୍ମୁଖରେ ଫିଙ୍ଗିଲେ ଚେକ୍‍, ଭିଡ଼ିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ଏସିଆ କପ ଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ । ମ୍ୟାଚର ଅନ୍ତିମ ପର୍ଯ୍ୟାୟରେ ଭାରତ ଦମଦାର ପ୍ରଦର୍ଶନ କରି ୫ୱିକେଟରେ ମ୍ୟାଚ୍‍ ଜିତି ଏସିଆ କପ୍‍ ଟ୍ରଫି ନିଜ ନାଁରେ କରିଛି । ଏସିଆ କପ ଇତିହାସରେ ଭାରତର ନବମ ବିଜୟ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ କ୍ରିକେଟ ଦଳ ଖରାପ ପ୍ରଦର୍ଶନ କରି ଟାଇଟଲ ଜିତିପାରିନାହିଁ । ପାକିସ୍ତାନ ଭାରତ ବିପକ୍ଷରେ ଖେଳିଥିବା ତିନୋଟି ଯାକ ମ୍ୟାଚରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି । ଫାଇନାଲ ହାରିବା ପରେ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗା ସର୍ବସାଧାରଣରେ ଯେଉଁ ଭଳି ଭାବେ ବ୍ୟବହାର କରିଛନ୍ତି ତାହାକୁ ସବୁ ମହଲରେ ନିନ୍ଦା କରାଯାଇଛି ।

ଫାଇନାଲରେ ଭାରତ ଠାରୁ ପରାଜିତ ହେବାର ଲଜ୍ଜା ବରଦାସ୍ତ କରିପାରୁନି ପାକିସ୍ତାନ । ପାକ୍‍ ଖେଳାଳିମାନେ କ୍ରୋଧରେ ଜର୍ଜରିତ ହୋଇଛନ୍ତି । ଏପରିକି ପାକିସ୍ତାନ ଅଧିନାୟକ ସଲମାନଙ୍କୁ ରନର୍ସ ଅଫ୍‍ ଚେକ ଦିଆଯିବା ପରେ ସେ ସର୍ବସାଧାରଣରେ ତାହାକୁ ଫିଙ୍ଗି ଦେଉଥିବାର ଏକ ଭିଡ଼ିଓ ଭାଇରାଲ ହୋଇଛି ।

- Advertisement -

ସୂଚନା ଅନୁସାରେ ମ୍ୟାଚ ହାରିବା ପରେ ସଲମାନ ଅଲି ଆଗା ବହୁତ ନିରାଶ ଦେଖାଯାଉଥିଲେ । ଯେତେବେଳେ ତାଙ୍କୁ ଚେକ୍‍ ଗ୍ରହଣ କରିବାକୁ ଡକାଯାଇଥିଲା ସେ ଏହାକୁ ଗ୍ରହଣ କରିଥିଲେ, ପରେ କିନ୍ତୁ ସର୍ବସାଧାରଣରେ ଏହାକୁ ଫିଙ୍ଗି ଦେଇ ପ୍ରତିକ୍ରିୟା ଦେବାକୁ ପଳାଇଥିଲେ । ଚେକ୍‍ ଫିଙ୍ଗିବାରୁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଅଧିନାୟକଙ୍କ ଏପରି ବ୍ୟବହାର ଲୋକମାନେ ଅଭଦ୍ରାମି ବୋଲି କହିବା ସହ ସମାଲୋଚନା କରିଛନ୍ତି ।

ଏହି ସମୟରେ ଭାରତୀୟ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏସୀୟ କ୍ରିକେଟ ପରିଷଦ ଏବଂ ପାକିସ୍ତାନ କ୍ରିକେଟ୍‍ ବୋର୍ଡର ସଭାପତି ମୋହସିନ୍‍ ନକଭିଙ୍କ ଠାରୁ ଦଳ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଛି । ଟିମ୍‍ ଇଣ୍ଡିଆ ଟ୍ରଫି ବିନା ଫାଇନାଲ ବିଜୟ ପାଳନ କରିଥିଲା ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories