www.samajalive.in
Thursday, December 11, 2025
27.1 C
Bhubaneswar

ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ୫ ଗିରଫ

ରଣପୁରଗଡ: ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବାଲୁଗାଁ ପୁଲିସ ମୁଖ୍ୟ ଅଭିଯୁକ୍ତ ଖଲ୍ଲିକୋଟ ଅଞ୍ଚଳର ଇଂ ସୁରଜ କୁମାର ଦୋରା ସମେତ ୫ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ସୁରଜକୁ ନୟାଗଡ଼ ଜିଲା ଚାନ୍ଦପୁର ପୁଲିସ ଗିରଫ କରି ବାଲୁଗାଁ ପୁଲିସକୁ ହସ୍ତାନ୍ତର କରିଛି। ଏହା ସହିତ ବ୍ୟବସାୟୀଙ୍କଠାରୁ ଅଭିଯୁକ୍ତମାନେ ଲୁଟ କରିଥିବା ୬ ଲକ୍ଷ ୨୫ ହଜାର ଟଙ୍କାକୁ ପୁଲିସ ଜବତ କରିଛି।

ଗିରଫ ହୋଇଥିବା ୫ ଅଭିଯୁକ୍ତ ହେଲେ ଗଂଜାମ ଜିଲ୍ଲା ବଗୁଆ ଗାଁର ସୁରଜ କୁମାର ଦେ।ରା, ଗଞ୍ଜାମ ଜିଲା ବୁଗୁଡ଼ା ବାଲିପଦା ମୁନା ବେହେରା, ଗଞ୍ଜାମ ଖଲ୍ଲିକୋଟର ଡ୍ରାଇଭର ଅଭିଜିତ ପଟ୍ଟନାୟକ, ଖେ।ର୍ଦ୍ଧା ଜିଲ୍ଲା ବୁଦ୍ଧିପଡ଼ାର ଚନ୍ଦନ ଜେନା, ଖେ।ର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାହସପଦାର ଧର୍ମରାଜ ପଲେଇ।

- Advertisement -

ଘଟଣାରୁ ପ୍ରକାଶ ଯେ, ସେପ୍ଟେମ୍ବର ୨୮ ତାରିଖ ସକାଳୁ ବାଲୁଗାଁର ଜଣେ ବ୍ୟବସାୟୀଙ୍କୁ ୫ ଜଣ ଦୁର୍ବୃତ୍ତ ଅପହରଣ କରିନେଇ ତାଙ୍କଠାରୁ ଟଙ୍କା ଲୁଟ କରିବା ପରେ ତାଙ୍କୁ ଛାଡି ଦେଇ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ଅଭିମୁଖେ ପଳାଇଥିଲେ। ବ୍ୟବସାୟୀଙ୍କ ପତ୍ନୀ ତିଳୋତ୍ତମା ସୁବୁଦ୍ଧିଙ୍କ ଅଭିଯୋଗ ଆଧାରରେ ବାଲୁଗାଁ ଥାନା ପୁଲିସ ଟାଙ୍ଗୀ ଥାନା ଓ ଚାନ୍ଦପୁର ଥାନାକୁ ଖବର ଦେଇଥିଲା। ଫଳରେ ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ଜାତୀୟ ରାଜପଥରେ ପାଟ୍ରୋଲିଂ କଡାକଡି କରିଥିଲେ। ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ଗ୍ରାମ ନିକଟରେ ପାଟ୍ରୋଲିଂ କଡାକଡି ଦେଖି ଲୁଟେରାମାନେ କାର ଛାଡି ପଳାଇଯାଇଥିଲେ। ପଛେ ପଛେ ବାଲୁଗାଁ ପୁଲିସ ଆସି ୪ ଜଣଙ୍କୁ କାବୁ କରି ବାଲୁଗାଁ ନେଇଥିଲେ। କିନ୍ତୁ ଲୁଟ ଟଙ୍କା ରଖିଥିବା ଲୁଟେରା ସୁରଜ ଏକ ଧାନ କ୍ଷେତରେ ଲୁଚି ଯାଇଥିଲା। ଅପରାହ୍ନରେ କଟକ ସହର ଗାଁ ମହିଳାମାନେ ସୁରଜକୁ ଦେଖି ଗ୍ରାମରେ ଜଣାଇବା ପରେ ଗ୍ରାମବାସୀ ସୁରଜକୁ ଅଟକ ରଖି ଚାନ୍ଦପୁର ଥାନା ଅତିରିକ୍ତ ଉପ ନିରୀକ୍ଷକ ଆରତ ବେହେରାଙ୍କୁ ଖବର ଦେଇଥିଲେ। ପୁଲିସ ସଦଳବଳ ପହଞ୍ଚ ସୁରଜକୁ କାବୁ କରିଥିଲା। ଏହା ପରେ ଚାନ୍ଦପୁର ଥାନାରୁ ଖବର ପାଇ ବାଲୁଗାଁ ଥାନା, ଟାଙ୍ଗୀ ଥାନା ଓ ଖେ।ର୍ଦ୍ଧା ଆରକ୍ଷୀ ଅଧିକ୍ଷକ କଟକ ସହର ଗାଁରେ ପହଞ୍ଚି ସୁରଜଠାରୁ ୬ ଲକ୍ଷ ୨୫ ହଜାର ଜବତ କରିଥିବା ଜଣାପଡିଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories