www.samajalive.in
Monday, December 8, 2025
27.1 C
Bhubaneswar

ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜିତିଲା ଭାରତ – ଶେଷ ବଲ୍‌ ପର୍ଯ୍ୟନ୍ତ ଉତ୍କଣ୍ଠା,ସୁପର ଓଭରରେ ଫଇସଲା

ଦୁବଇ- ଦୁବଇରେ ଚାଲିଥିବା ଏସିଆ କପ୍‌ କ୍ରିକେଟ୍‌ର ସୁପର ୪ ମ୍ୟାଚ ଭାରତ ସଂଘର୍ଷପୂର୍ଣ୍ଣ ଭାବେ ଜିତିଛି । ଏହି ମ୍ୟାଚ ଟାଇ ହୋଇଯାଇଥିଲା । ପରେ ସୁପର ଓଭର୍‌ ଖେଳାଯାଇଥିଲା ।

ସୁପର ଓଭର୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ଭାରତର ବୋଲର ଅର୍ଶଦୀପ ବେଶ୍‌ ଭଲ ବୋଲିଂ କରିଥିଲେ। ମାତ୍ର ଦୁଇ ରନ୍‌ କରି ଶ୍ରୀଲଙ୍କାର ଦୁଇ ଜଣ ବ୍ୟାଟର୍‌ ଆଉଟ୍‌ ହୋଇଯାଇଥିଲେ । ଏହାର ଜବାବ୍‌ରେ ଭାରତ ପ୍ରଥମ ବଲ୍‌ରେ ତିନି ରନ୍‌ ସଂଗ୍ରହ କରିଥିଲା ।

- Advertisement -

ଏସିଆ କପ୍‌ ସୁପର ୪ ମ୍ୟାଚର ଶ୍ରୀଲଙ୍କା ସହ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍‌ରେ ୫ ଓ୍ୱିକେଟ୍‌ ହରାଇ ଭାରତ ୨୦୨ ରନ୍‌ କରିଥିଲା।ଭାରତର ଓପନିଂ ବ୍ୟାଟର ଅଭିଷେକ ଶର୍ମା ସର୍ବାଧିକ ୬୧ ରନ୍‌ କରିଥିଲେ । ତିଳକ ବର୍ମା ୪୯ ରନ୍‌ ,ଅକ୍ସର ପଟେଲ୍‌ ୨୧ ରନ୍‌ କରିଥିଲେ ।

ଶ୍ରୀଲଙ୍କାର ବୋଲର୍‌ ଏମ୍‌ ଥିକସ୍ନା,ଚମିରା,ହସରଙ୍ଗା,ଶନକ୍‌,ଅସଲଙ୍କା ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।

ଶ୍ରୀଲଙ୍କର ଓପନିଂ ବ୍ଯାଟର ପଥୁମ ନିଶଙ୍କା ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ସେ ୫୨ ବଲ୍‌ରେ ନିଜର ଶତକ ପୂରଣ କରିଥିଲେ । କୁଶଲ୍‌ ପରେରା ମଧ୍ୟ ଭଲ ଖେଳ ପ୍ରଦର୍ଶନ କରି ୩୨ଟି ବଲ୍‌ରେ ୫୮ ରନ୍‌କରିଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତୀ ଓ ହର୍ଷିତ ରାଣା ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ଅକ୍ତିଆର କରିଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories