ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ୨୭ରେ କର୍ମଫଳଦାତା ଶନିଙ୍କ ଉପରେ ସୂର୍ଯ୍ୟଙ୍କ ଦୃଷ୍ଟି ପଡିବାକୁ ଯାଉଛି । ଏହାର ଉଭୟ ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ । ମାତ୍ର ଏହି ଦୃଷ୍ଟି କାରଣରୁ କିଛି ରାଶିଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ଦୃଷ୍ଟି ଶନିଙ୍କ ଉପରେ ପଡିବା ପରେ ୩ ଭାଗ୍ୟଶାଳୀ ରାଶିଙ୍କୁ ମାନ-ସମ୍ମାନ ସହ ଆର୍ଥିକ କ୍ଷେତ୍ରରେ ଖୁବ୍ ଲାଭବାନ୍ ହେବେ । ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ..
ବୃଷ- ଏହି ରାଶିଙ୍କୁ ଭାଗ୍ୟର ସାଥ୍ ମିଳିବ । ଶୁଭ ଦିନ ଆରମ୍ଭ ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ବ୍ୟବସାୟକୁ ନେଇ ଯାତ୍ରା କରି ପାରନ୍ତି ।
ବିଛା- ଏହି ରାଶିଙ୍କୁ ପରିଶ୍ରମର ଫଳ ମିଳିବ । ନୂଆ ଗାଡି, ଯାନ କିଣିବାର ଯୋଗ ରହିଛି । ହଠାତ୍ ଧନ ପ୍ରାପ୍ତି ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ବଡ ଲାଭ ମିଳିବ ।
ଧନୁ- ପରିବାର ସଦସ୍ୟଙ୍କ ଉନ୍ନତି ହେବ । ମନସ୍କାମନା ପୂରଣ ହେବ । ପରିଶ୍ରମର ଫଳ ମିଳିବ । ଶୁଭ ଖବର ମିଳିବ । ଖୁସିର ଆଗମନ ହେବ । ନୂଆ କାମ ଆରମ୍ଭ କରିବେ । ଭୂମି, ଯାନ କିଣିବାର ଯୋଗ ରହିଛି ।



